ଜୟପାଟଣା, (୨୯/୦୩-ଆପ୍ର): ଜୟପାଟଣା ବ୍ଲକ ଅନ୍ତର୍ଗତ ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ କର୍ମଶାଳା ଜୟପାଟଣା ଗାନ୍ଧୀ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସହିତ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନ ପୁରସ୍କାର ରାଶିରୁ ନିର୍ମିତ କାର୍ଯ୍ୟାଳୟ ଗୃହର ମଧ୍ୟ ଉଦଘାଟନ କରାଯାଇଛି।
ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଇ ବର୍ଯ୍ୟ ବସ୍ତୁରୁ ସୃଜନଶୀଳ ଓ ସୁନ୍ଦର କାରିଗରୀ ବସ୍ତୁ ତିଆରି କରି ପ୍ରଦର୍ଶନ କରିଥିଲେ। ଆୟୋଜିତ ସମାରୋହରେ ଜିଲ୍ଲା ପରିଷଦ ପ୍ରତିନିଧି ଦିଲ୍ଲୀପ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ଯେଉଁଠି ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ।
ସଭାର ଅଧ୍ୟକ୍ଷତା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା କରିଥିଲେ, ଯେଉଁଠି ବି ଆର ସି ସି ସୁରେନ୍ଦ୍ର ମୋହନ ଯୋଷୀ, ଏ ବି ଇ ଓ ପ୍ରଭାତ ଖମାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଧାନ ଶିକ୍ଷକ ମାଧବ ଚନ୍ଦ୍ର ପଣ୍ଡା, ଶିକ୍ଷକ ସଂଘ ବ୍ଲକ ସଭାପତି ପ୍ରମୋଦ କୁମାର ଖମାରୀ ଏବଂ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ସଂଚାଳନ ଶିକ୍ଷକ ଶୁଭେନ୍ଦୁ କୁମାର ପଣ୍ଡା କରିଥିଲେ।
ପଦ୍ମପୁର ଓକିଲ ସଂଘ ନିର୍ବାଚନରେ ରାମରତନ ପୁରୋହିତ ସଭାପତି ଓ ଚିନ୍ମୟ ପଣ୍ଡା ସମ୍ପାଦକ ଭାବେ ନିର୍ବାଚିତ