ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୩) : ଆଜି ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଜାତୀୟ ଫାର୍ମାସୀ ଶିକ୍ଷା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ, ପ୍ରିନ୍ସିପାଲ ଡଃ. କାହ୍ନୁଚରଣ ପାଣିଗ୍ରାହୀ, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡଃ. ସୁଜାତା ଦେବୀ ମୁଖ୍ୟ ଅତିଥୀ ରୂପେ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ପ୍ରଫେସର ଅଞ୍ଜନ କୁମାର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ପି ଭି କୋଟେଶ୍ୱର ରାଓ ,ବିପଦର ବନ୍ଧୁ ଅନୁଷ୍ଟାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତ ଦାନ ଏକ ମହତ୍ କାର୍ଯ୍ୟ ବୋଲି ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ ।
ଆଜିର ଏହି ରକ୍ତ ଦାନ ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଏଥିରେ ଭାଗନେଇ ରାକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଜଗଦିଶ ଖୁଣ୍ଟିଆ, ପ୍ରିୟଙ୍କା ପାଢ଼ୀ, ଅର୍ଚ୍ଚନା ଚାନ୍ଦ, ମହାଲକ୍ଷ୍ମୀ ଦାସ, ଶାଶ୍ଵତୀ ବେହେରା, ଲୋହା ବାଉରୀ, ଅଭିଳାଷ ଦାସ,ରାଜେଶ ଗଙ୍ଗା, ଅରବିନ୍ଦ ମିଶ୍ର, କିସର ଶବର, ଚୈତନ୍ୟ ଗୌଡ଼, ଚନ୍ଦ୍ରଶେଖର, ଗ୍ରୀସ୍ମା ଚୌଧୁରୀ, ରିତା ମହାନ୍ତି, ସାଗରିକ ପୃଷ୍ଟି, ରାଜିବ ପଣ୍ଡା, ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ବିଷ୍ଣୁ ରଥ, ବାବୁଲା ଦାସ, ରବି ଗୌଡ, ରିପୁନ୍ ମହାନ୍ତି,ରାଜକୁମାର ବିଡ଼ିକା,ମମତା ପଣ୍ଡା,ଅଭି ବେହେରା ପ୍ରମୁଖ ସହଯୋଗ କରିଥିଲେ ।