32.9 C
Balāngīr
Tuesday, May 20, 2025

ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ମୋହତ୍ସବ “ଆର୍ -ଏକ୍ସ ଫେଷ୍ଟ ୨୦୨୫ ” ପାଳିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ଗୁଣପୁର, (୧/୫) : ଆପ୍ର. : ଆଜି ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ “ଆର୍ -ଏକ୍ସ ଫେଷ୍ଟ ୨୦୨୫ ” ପାଳିତ ହୋଇଯାଇଛି ।WhatsApp Image 2025 05 01 at 17.36.53 ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ମୋହତ୍ସବ "ଆର୍ -ଏକ୍ସ ଫେଷ୍ଟ ୨୦୨୫ " ପାଳିତ

ମୁଖ୍ୟ ଅତିଥି ଭାବେ ଆଇ ଆର ବି ଏନ୍ କମାଣ୍ଡାଣ୍ଟ ଶ୍ରୀଯୁକ୍ତ ବ୍ରଜ ମୋହନ ନାୟକ ଓ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ପ୍ରଫେସର ମନୋରଞ୍ଜନ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ ଦାଶ ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସବ ଅବସରରେ ଶୁଭେଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଫାର୍ମାସି ବିଭାଗର ପ୍ରିନ୍ସିପଲ୍ ଡଃ.କାହ୍ନୁ ଚରଣ ପାଣିଗ୍ରାହୀ , କମ୍ପ୍ୟୁଟର ବିଭାଗର ପ୍ରିନ୍ସିପାଲ ସମରଜିତ କର, ବି.ଏସ.ସି. ନର୍ସିଂ ବିଭାଗର ପ୍ରିନ୍ସିପାଲ ମନୋଜ କୁମାର ସାହୁ, ମ୍ୟାନେଜମେଣ୍ଟ ବିଭାଗର ଏଚ୍.ଓ.ଡି ମାନସ ରଞ୍ଜନ ସାମଲ, ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ, ପ୍ରଫେସର ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମକୁ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହା ପରେ ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପେହେଲଗାମ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିୟଙ୍କା ପାଢି ଓ ଅର୍ଚ୍ଚନା ପ୍ରିୟଦର୍ଶନି ଚାନ୍ଦ ଅତି ସୁନ୍ଦର୍ ଭାବେ ସଂଯୋଜନା କରିଥିଲେ । ବୈଠକ ଶେଷରେ ଅତିଥି ମାନଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ଶେଷରେ ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ପରେ ସାଂସ୍କୃତିକ ଉତ୍ସବ ଆରମ୍ଭ ହୋଇଥିଲା ଏଥିରେ ଅନୁଷ୍ଠାନର ଫାର୍ମାସି, ଏମ.ସି.ଏ, ଏମ.ବି.ଏ, ବି.ଏସ.ସି ନର୍ସିଂ, ବି.ସି.ଏ,ଡି ଏମ୍ ଏଲ୍ ଟି ବିଭାଗର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ ନୃତ୍ଯ ଓ ସଙ୍ଗିତ ପରିବେଷଣ କରିଥିଲେ । ତା ସାଙ୍ଗକୁ ଡିଜେ ମାକ୍ସ ଆସି ଉପସ୍ଥିତ ଥିବା ସମସ୍ତଙ୍କୁ ଝୁମେଇ ଥିଲେ ।

ଏହି କାର୍ଯ୍ୟକ୍ରମକୁ ମହାଲକ୍ଷ୍ମୀ ଦାସ,ଲୋହା ବାଉରୀ, ଲକ୍ଷ୍ମୀନାରାୟଣ ସାହୁ, ଶାଶ୍ଵତୀ ବେହେରା, ଚୈତନ୍ୟ ପ୍ରଧାନୀ, ରାଜେଶ ଗଙ୍ଗା, ଏମ୍.ଚନ୍ଦ୍ରସେଖର, ତୃପ୍ତିମୟୀ ବେହେରା, କିଶୋର ଶବର, ଗ୍ରେଶ୍ମା ଚୌଧୁରୀ,ରାଜିବ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି, ପ୍ରଫୁଲ୍ଲ ପଟ୍ଟନାୟକ, ବିଷ୍ଣୁ ରଥ, ରବି ଗୌଡ, ଜୁଜା ବିଡିକା, ରିପୁନ ମହାନ୍ତି, ଅଭି ବେହେରା, ରାଜକୁମାର ବିଡିକା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...