ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୫/୦୧) : ପୁଣି ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ । ଆଜି କଟକ ନୂଆ ବଜାର ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ ।
ପ୍ଲାଷ୍ଟିକ ଚାଇନା ସୂତା ଦୁଇ ବାଇକ୍ ଆରୋହୀଙ୍କ ବେକରେ ଲାଗିଥିଲା । ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି । ଜଣଙ୍କ ଘର କଟକ ବୟାଳିଶ ମୌଜାରେ ଓ ଅନ୍ୟ ଜଣଙ୍କ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି । ସୂଚନାଯୋଗ୍ୟ, ଗତକାଲି କଟକ ତ୍ରିଶୁଳିଆରେ ଜଣଙ୍କ ବେକରେ ଗୁଡ଼ି ସୂତା ଲାଗି ଯିବାରୁ ସେ ଆହତ ହୋଇଥିଲେ ।