32.9 C
Balāngīr
Tuesday, July 15, 2025

ଗୁଣପୁର ଅଞ୍ଚଳରେ ବିଦ୍ୟୁତ ଆଘାତରେ ମାଇ ହାତୀ ମୃତ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର : ୪/୯) : ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଆଜି ଅକାରଣେ ଏକ ନୀରିହ ମାଇ ହାତୀ ର ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜର ଫୁଲଫୁଟି ଅଞ୍ଚଳରେ ।

ସୂଚନା ମୁତାବକ କାଲି ରାତିରେ ଦୁଇଟିକିଆ ହାତୀପଲ ଫୁଲଫୁଟି ସାନନଦୀ ପୋଲ ନିକଟରେ ଖାଦ୍ୟ ଅନ୍ୱେଷଣ କରୁଥିବା ସମୟରେ ଏକ ମାଇ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ନିକଟରେ ବିଦ୍ୟୁତ ଖୁଣ୍ଟ ନଇଁ ରହିଥିବା ଓ ତା ନିକଟ କପା ବାଡରେ ହାତୀଟି ମରି ପଡିଥିବା, ସ୍ଥିତି ଅନୁଧ୍ୟାନ କଲେ ବିଦ୍ୟୁତ ଆଘାତରେ ହାତୀ ମରିଥିବା ସହଜରେ ଅନୁମାନ କରାଯାଇପାରେ । ସୂଚନା ମୁତାବକ ପୂର୍ବରୁ ଏ ଅଞ୍ଚଳରେ ଛଅ ଟିକିଆ ହାତୀ ପଲ ଦିର୍ଘ ବର୍ଷ ରହି ଉତ୍ପାତ ମଚାଇଥିଲେ । ପରେ ବନବିଭାଗ ହସ୍ତକ୍ଷେପ ଦ୍ଵାରା ଏହି ହାତୀପଲ ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଚାଲିଯାଇଥିଲେ । ସେଠାରେ ବିଦ୍ୟୁତ ଆଘାତରେ ଗତବର୍ଷ ଚାରି ହାତୀଙ୍କ ମୃତ୍ୟୁ ପରେ ଏହି ଦୁଇଟି ହାତୀ ପୁନର୍ବାର ଏହି ଅଞ୍ଚଳକୁ ଚାଲିଆସିଥିଲେ ।

ସେବେ ଠାରୁ ଏ ଅଞ୍ଚଳରେ ରହି ଫସଲ ନଷ୍ଟ କରିବା ସହ ଘରଦ୍ଵାର ଭାଙ୍ଗୁଥିବା ଗ୍ରାମବାସୀ କହିଛନ୍ତି । ଗତ ତିନି ଦିନ ଧରି ଦୁଇଟି ହାତୀ ନିକଟବର୍ତ୍ତୀ ଗ୍ରାମକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଥିଲେ । ରାତିରେ ପୁଣି ଫୁଲଫୁଟି ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଆସି ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ କହିଛନ୍ତିି । ଗ୍ରାମବାସୀଙ୍କ ସୂଚନା ପରେ ବର୍ତ୍ତମାନ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ବିଦ୍ୟୁତ ସଟସର୍କିଟ ଯୋଗୁଁ ହାତୀ ଟି ମରିଥାଇପାରେ ବୋଲି ବନବିଭାଗ ଅଧିକାରୀ ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...