32.9 C
Balāngīr
Saturday, April 26, 2025

ଗୁଣପୁର ଦିବ୍ୟଦର୍ଶନ ଆଶ୍ରମର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ଗୁଣପୁର : ୩୧/୦୩-ଆପ୍ର): ଆଜି ପୂର୍ବାହ୍ନ ୧୦:୩୦ ମି ସମୟରେ ପରମପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟଦର୍ଶନ ସଂଘ ଆନୁକୂଲ୍ୟରେ ଗୁଣପୁର ଠାରେ ପ୍ରତିଷ୍ଠିତ ଆଶ୍ରମ (ଜ୍ଞାନ ମନ୍ଦିର) ର ୧୩ ତମ ପ୍ରତିଷ୍ଠା ଉତ୍ସବ ବହୁ ଆଡମ୍ବରରସହ ସଂଘର ସେଣ୍ଟ୍ରାଲ ସଭାପତି ପୂଜ୍ୟ ରବିନ୍ଦ୍ରନାଥ ଭାଇ, ଉପ ସଭାପତି ପୂଜ୍ୟ ବିଶ୍ୱନାଥ ଭାଇ, ସଂପାଦକ ପୂଜ୍ୟ କେଶବ ଭାଇ, ସହ ସଂପାଦକ ପ୍ରଭାକର ଭାଇ, ଅଇତାପଲ୍ଲି ଶାଖା ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ସୁରେଶ ଭାଇ, ଅନ୍ତରଝୋଲି ଆଶ୍ରମ ପରିଚାଳକ ପୂଜ୍ୟ ବାସିନୀ ଭୂଜଙ୍ଗ, ମୁକୁନ୍ଦପୁରୁ ଶାଖା ପରିଚାଳକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ରମେଶଚନ୍ଦ୍ର ଭାଇ, ଓ ମୁନିଗୁଡା ଶାଖା ପରିଚାଳକ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ରାମକୃଷ୍ଣ ଭାଇ ଯୋଗଦାନ କରି ଦିବ୍ୟ ସତସଂଗ ମାଧ୍ୟମରେ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା ।8f14139c c8ba 4044 9569 915340c6477a ଗୁଣପୁର ଦିବ୍ୟଦର୍ଶନ ଆଶ୍ରମର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ

ଗୁଣପୁର ଶାଖାର ଦିବ୍ୟଦର୍ଶନ ସଂଘ ଆନୁକୂଲ୍ୟରେ ଶତାଧିକ ସଦଗୁରୁଙ୍କ ଶିଷ୍ୟଶିଷ୍ୟାଙ୍କ ସମେତ ରାୟଗଡା, ପାରଳାଖେମୁଣ୍ଡି, ଆନ୍ଧ୍ର ପ୍ରଦେଶର ପଲାସା,କାବେଟି ଶାଖା, ପଦ୍ମପୁର, ଗୁଡାରୀ , ବିଷମକଟକ, ଗୁରୁତୀର୍ଥ ଗୁଡିଆବନ୍ଧ, କେନ୍ଦୁଗୁଡା ,କୁଜେନ୍ଦୀ, ଓମଡେଙ୍ଗି, ବିଜୟପୁର ଇତ୍ୟାଦି ଅନେକ ସ୍ଥାନରୁ ଭାଇ ଭଉଣୀ ଓ ଆଧ୍ୟାତ୍ମିକପ୍ରେମୀ ସୁଧିବୃନ୍ଦ ଓ ଭଗବତ ପ୍ରେମୀ ତଥା ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର ପ୍ରମୁଖ ଶ୍ରୀଯୁକ୍ତ ନଳିନୀ ମହାପାତ୍ର ବେଦାନ୍ତ ଆଶ୍ରମ ଗୁଣପୁର, ଶ୍ରୀ ଶିବପ୍ରସାଦ ଗୌଡ, ଭାଇସଚେୟାରମ୍ୟାନ ଗୁଣପୁର ପୌରପରିଷଦ, ଶ୍ରୀ ଏସ୍. ବାବା ପ୍ରସାଦ ସଭାପତି କଳିଙ୍ଗ ବୈଶ୍ୟ ସମାଜ ଗୁଣପୁର, ଶ୍ରୀ ଶିବ ଦୁର୍ଗେୟା ସତ୍ୟସାଇ ସଂଘ ଗୁଣପୁର, ଶ୍ରୀ ବଳରାମ ଶବର, ସଂପାଦକ ସବର ସାଂସ୍କୃତିକ ସଂଘ ଗୁଣପୁର , ଶ୍ରୀ ଗୋପୀ ଆନନ୍ଦ ବିଜେପି ଦଳ ଜିଲ୍ଲା ସଭାପତି ରାୟଗଡା, ଶ୍ରୀମତୀ ପାର୍ବତୀ ଆମ୍ମା ବୟୋଜ୍ୟେଷ୍ଠ ଗୁରୁଭଉଣୀ, ପଦ୍ମପୁର ବ୍ଳକ୍ ଚେୟାରମ୍ୟାନ ଶ୍ରୀମତୀ ମଣିମାଳା ଶବର, ଗୁଣପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ଏବଂ ଗୁଣପୁର ବ୍ଳକ ଚେୟାରମ୍ୟାନ ଶ୍ରୀମତୀ ଝିଲ୍ଲି ଶବର ପ୍ରମୁଖ ସଦସ୍ୟମାନେ ଯୋଗଦାନ କରିଥିଲେ ।

ରାୟଗଡ଼ ଉଗାଦି କାର୍ଯ୍ୟକ୍ରମରେ ବାଉଁସରଙ୍କ ମେଳି

ପ୍ରଥମେ ॐ କାର ଧ୍ୱନି ଗୁରୁବନ୍ଦନା କରି ଆରମ୍ଭ କରାଗଲା । ପରେ ସଂଘର ପ୍ରରମ୍ଭିକ ପ୍ରାର୍ଥନା ହେ ଅନ୍ତର୍ଯ୍ୟାମୀ ଗାନ କରାଯାଇ ଭାଇ ଭଉଣୀ ମାନଙ୍କ ଦ୍ୱାରା କିଛି ଭଜନ ପରିବେଷଣ କରାଯାଇଥିଲା । ଗୁଣପୁର ଶାଖା ତରଫରୁ ଭାଇ ଭଉଣୀ ମାନେ ବ୍ୟାସପୀଠରେ ଆସୀନ ସେଣ୍ଟ୍ରାଲ ସଦସ୍ୟ ମାନଙ୍କୁ ଫୁଲମାଳ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ସଂପାଦକ ପୂଜ୍ୟ କେଶବ ଭାଇ ସତସଂଗ ପରିଚାଳନା କରିଥିଲେ । ଉପକ୍ରମ ମାଧ୍ୟମରେ ଜ୍ଞାନ ମନ୍ଦିର, ଦିବ୍ୟମନ୍ଦିରର ମହତ୍ୱ, ପୂଜ୍ୟ ଗୁରୁଦେବଙ୍କ ଆବିର୍ଭାବର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ପରେ ଉପ ସଭାପତି ପୂଜ୍ୟ ବିଶ୍ୱନାଥ ଭାଇ ଭଗବାନଙ୍କ ପ୍ରକୃତ ସ୍ୱରୂପକୁ ବୁଝି ମଣିଷ ଉପାସନା କରିବା ଉଚିତ , ମଣିଷ ତିଆରି କରିଥିବା ପ୍ରତୀମାକୁ ଭଗବାନ ନୁହଁ ବରଂ ମଣିଷକୁ ଯିଏ ତିଆରି କରିଛନ୍ତି ସେ ହେଉଛନ୍ତି ଭଗବାନ ତାଙ୍କୁ ଜାଣିବା ଆବଶ୍ୟକ ବୋଲି ଅଭିହିତ କରିଥିଲେ ।

Two Principal Secretaries of PMO, India, Hail from Odisha: A Proud Moment for the State

ଶେଷ ପର୍ଯ୍ୟାୟରେ ସଭାପତି ପୂଜ୍ୟ ରବିନ୍ଦ୍ରନାଥ ଭାଇ ମଣିଷ ନିଜକୁ ବୁଝିବା ଦରକାର , ସଦଗୁରୁ ଶରଣ ଯାଇ ଗୁରୁଜ୍ଞାନ ଶିକ୍ଷା ଦ୍ୱାରା ମଣିଷ ନିଜକୁ ଜାଣିପାରିବ ବା ଆତ୍ମଜ୍ଞାନ ଲାଭ କରିପାରିବ ଏବଂ ନିଜେ ଯେ ଅମର ଓ ମୁକ୍ତ ପୁରୁଷ ବୋଲି ବୁଝିପାରିବ ତେବେ ସେ ମୁକ୍ତିଲାଭ କରିପାରିବ ଓ ଜନ୍ମ ମୃତ୍ୟୁ ର ଉଦ୍ଧାର ଲାଭ କରିପାରିବ ବୋଲି ବୁଝାଇ ଥିଲେ । ପରିଶେଷରେ ଗୁରୁଙ୍କୁ ଦିବ୍ୟ ଆଳତି କରାଯାଇଥିଲା । ବିଶ୍ୱର କଲ୍ୟାଣ କାମନା କରି ଶାନ୍ତି ପାଠ କରାଯାଇଥିଲା । 385102de d3cb 481a b3b6 18bc8a532232 ଗୁଣପୁର ଦିବ୍ୟଦର୍ଶନ ଆଶ୍ରମର ୧୩ ତମ ପ୍ରତିଷ୍ଠା ଦିବସ ପାଳିତ

ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମଟି ସ୍ଥାନୀୟ ଭାଇ ଭଉଣୀ ମାନଙ୍କ ସହଯୋଗ ଓ ଶ୍ରମ ଦାନରେ ସଫଳତାର ସହ ସମାପନ ହୋଇପାରିଛି । ଗୁରୁଭାଇ ଏସ. ଗୌରୀ, ପ୍ରସାଦ ଭାଇ, ବଳରାମ ଭାଇ , ଦ୍ୱିତି କୃଷ୍ଣ ଭାଇ, କେଶବ ଭାଇ ତଥା ଅନେକ ଭଉଣୀ ମାନଙ୍କ ସହଯୋଗ ସାଙ୍ଗକୁ ପଦ୍ମପୁରର ନାରାୟଣ ଭାଇ, ଗୁରୁତୀର୍ଥ ଗୁଡିଆବନ୍ଧର ଓଡିଆ ଭାଇ ଇତ୍ୟାଦିଙ୍କ ସହଯୋଗ ଓ ଶ୍ରମଦାନ ପ୍ରଶଂସନୀୟ ଅଟେ । ବିଶେଷ କରି ଅଞ୍ଚଳର ଭାଇ ଭଉଣୀ ମାନଙ୍କ ଶାରିରୀକ, ମାନସିକ ଓ ଆର୍ଥିକ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...