32.9 C
Balāngīr
Thursday, July 10, 2025

ଗୁଣପୁର ପୋଲିସର ଭିନ୍ନ ଏକ ପ୍ରୟାସ, ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ଅନୁରୋଧ

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୭/୫) : କଥାରେ ଅଛି ରକ୍ତଦାନ ଏକ ମହତ୍ ଦାନ । ରକ୍ତ ଅଭାବରୁ କାହାର ଯେପରି ମୃତ୍ୟୁ ନ ଘଟୁ, ତାକୁ ଦୃଷ୍ଟିରେ ରଖି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଗୁଣପୁର ଆଦର୍ଶ ଥାନା ପୋଲିସ୍WhatsApp Image 2024 05 26 at 22.21.21 ଗୁଣପୁର ପୋଲିସର ଭିନ୍ନ ଏକ ପ୍ରୟାସ, ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ଅନୁରୋଧ

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରହିଛି ଏକ ରକ୍ତ ଭଣ୍ଡାର, କିନ୍ତୁ ସବୁବେଳେ ଏଠାରେ ରକ୍ତର ଅଭାବ ରହୁଥିବା ଦେଖିବାକୁ ମିଳୁଛି । ଫଳରେ ଗୁଣପୁର ଏହି ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ରୋଗୀ ଓ ସେମନଙ୍କର ସମ୍ପର୍କୀୟ ରକ୍ତ ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରକ୍ତ ଅଭାବରୁ ଯେପରି କାହାର ମୃତ୍ୟୁ ନ ଘଟୁ, ଏହି ମହତ୍ତ ଉଦେଶ୍ୟ ନେଇ ଗୁଣପୁର ପୋଲିସ ପ୍ରଥମ ଥର ପାଇଁଁ ଗୁଣପୁର ଟାଉନ ହଲ୍ ଠାରେ ଆରମ୍ଭ କରିଛି ସ୍ବେଚ୍ଛାକୃତ ରକ୍ତଦାନ ଶିବିର । ଏହି ରକ୍ତଦାନ ଶିବିରକୁ ଗୁଣପୁର ଏସଡିପିଓ ଵାବୁଲି ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଆଦର୍ଶ ଥାନା ଅଧିକାରୀ ଉତ୍ତମ କୁମାର ସାହୁ , ପୋଲିସ କର୍ମଚାରୀ , ସାମ୍ବାଦିକ , ସହରର ଯୁବପିଢି, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ଗୁଣପୁର ଉପଖଣ୍ଡର ବିଭିନ୍ନ ଥାନା ପକ୍ଷରୁ ଏଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ଏସଡିପିଓ ବାବୁଲି ନାୟକ ସୂଚନା ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...