32.9 C
Balāngīr
Sunday, July 20, 2025

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

Must read

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।WhatsApp Image 2025 06 12 at 11.00.31 ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ ଆଉଟ୍ ସୋର୍ସିଙ୍ଗ କର୍ମଚାରୀଙ୍କୁ ହାତ ବାରିସି କରି ରଖିଛନ୍ତି । ଗୁଣପୁର ପୌରପରିଷଦ ର ଏଭଳି ଜଣେ ଦଲାଲ୍ ହେଉଛି ଦାମୋଦର ମୁଗୁଲିପୁରି । ଗୁଣପୁର ପୈାର ପରିଷଦରେ ଜଣେ ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ଭାବେ ଦୀର୍ଘ ଚାରିବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଗୁଣପୁର ପୌରପରିଷଦ ର ବଡ ଆରସିଙ୍ଗଗୁଡା, ୱାର୍ଡ ନମ୍ବର ୧୭ର ସମସ୍ତ ଦାୟିତ୍ବ ବାବୁ ଜଣକ ତୁଲାଇଥାନ୍ତି ।

ୱାର୍ଡ ବାସୀଙ୍କ କହିବା ମୁତାବକ ପ୍ରତି କାର୍ଯ୍ୟରେ ଲାଞ୍ଚ ନେଵା ଦାମୋଦର ବାବୁଙ୍କ ପେଷା ଓ ନିଶା । ରାସନ କାର୍ଡ ପାଇଁ ୩୦୦୦, ସୁଭଦ୍ରା ଯୋଜନା ପାଇଁ ୫୦୦୦, ପେନସନ ପାଇଁ ୩୦୦୦, ଆବାସ ଯୋଜନା ପାଇଁ ୫୦୦୦୦ ଏଭଳି ଶୁଳ୍କ ସ୍ଥିର କରିଛନ୍ତି ଦାମୋଦର ବାବୁ । ଟଙ୍କା ନଦେଲେ କାମ ହେବନାହିଁ ବୋଲି ରୋକ ଠୋକ ମନା କରିଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଗଷ୍ଟ -୨୦୨୪ ମସିହାରେ ଦିଆଯାଇଥିବା ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଦରଖାସ୍ତ ସବୁ ଟଙ୍କା ନଦେବାରୁ ଆଜି ପର୍ଯ୍ୟନ୍ତ ହୋଇପାରିନି । ଅଫିସରେ ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ବାବୁ ଜଣକ ଦରଖାସ୍ତ ଫେରାଇ ଦେବା କଥା ଗ୍ରାମବାସୀ କହିଛନ୍ତିି ।

ବାବୁ ଜଣକ ବଡ଼ ଆରସିଙ୍ଗଗୁଡା ଗ୍ରାମରେ ଶୌଚାଳୟ ଦୁର୍ନୀତି, ମୁକ୍ତା ଯୋଜନା ଦୁର୍ନୀତିରେ ସାମିଲ୍ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ବଡ଼ ଆରସିଙ୍ଗଗୁଡା ଗ୍ରାମର ୬ ଟି ଆବାସ ଘର ବାବଦରେ ଦାମୋଦର ବାବୁ ଏକ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଗ୍ରାମବାସୀ କହିଛନ୍ତିି । ଟଙ୍କା ଦେଇ ନପାରିଲେ ଏଟିଏମ୍ କାର୍ଡ ନେଇ ଟଙ୍କା ଉଠାନ୍ତି ଦାମୋଦର ବାବୁ । ଯଦି ରାସ୍ତା, ପାଣି, ବିଜୁଳି, ଶୌଚାଳୟ, ଘର ଏପରି ମୌଳିକ ସୁବିଧା ପାଇଁ ଲାଞ୍ଚ ଦେବାକୁ ପଡେ, ତେବେ ସରକାରଙ୍କ ଯୋଜନା ସବୁ କାହାପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

ଯଥାଶୀଘ୍ର ଏଭଳି ଦୁର୍ନୀତି ଗ୍ରସ୍ତ କର୍ମଚାରୀ କୁ ପୌରପରିଷଦରୁ ବାହାର କରିବାକୁ ବଡ଼ ଆରସିଙ୍ଗଗୁଡା ଗ୍ରାମଵାସୀ ଦାବି କରିଛନ୍ତି, ନଚେତ ଆଗାମୀ ଦିନରେ ପୌରପରିଷଦ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଆମେ ଦାମୋଦର ବାବୁଙ୍କ କେଳେଙ୍କାରୀ ବିଷୟରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କୁ ଅବଗତ କରାଇଥିଲୁ । ନିର୍ବାହୀ ଅଧିକାରୀ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଅଧ୍ୟାୟର ଦାମୋଦର ବାବୁଙ୍କ ଆଉକିଛି ଦୁର୍ନୀତି ଲୋକଲୋଚନକୁ ଆଣିବୁ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...