ଗୁଣପୁର, (୧୨/୬) : ଆପ୍ର. : ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଏବଂ କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଗୁଣୁପୁର ବ୍ଲକ ରୁ ଶୁଭାରମ୍ଭ ହୋଇଛି ।
ଏହି ରଥ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଫଳତାର ଗାଥା ଲୋକଲୋଚନକୁ ଆଣିବାର ଲକ୍ଷ ରହିଛି । ସଂକଳ୍ପ ପତ୍ରରେ ଯାହା ସବୁ ସ୍ଥାନ ପାଇଥିଲା ତାହା ଗୋଟିଗୋଟି କରି ପୂରଣ କରିଥିବା ରାଜ୍ୟ ସରକାର କହିଛନ୍ତି । ଏପରିକି ଗତ ଜୁନ ୧୨ ତାରିଖରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ଶ୍ରୀମନ୍ଦିରର ୪ ଦ୍ଵାର ଖୋଲା କଥା ହେଉ, ସୁଭଦ୍ରା ଯୋଜନା କଥା ହେଉ, ଶ୍ରୀମନ୍ଦିର ପାଇଁ ୫ଶହ କୋଟି କର୍ପସ ଫଣ୍ଡ କଥା ହେଉ ,କି ଧାନ କ୍ଵିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ହେଉ ମୋହନ ସରକାର ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି । ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ୍ କରାଯାଇଛି । ଏହା ଦ୍ଵାରା ରାଜ୍ୟର ଅନେକ ଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଲୋକମାନଙ୍କ ଆଶା ଓ ଭରସାକୁ ଅତୁଟ ରଖିବାରେ ସଫଳ ହୋଇଛନ୍ତି ।
ଆଗକୁ ମଧ୍ୟ ଏଭଳି ସଫଳତାର ଧାରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍ତି । ଏହି ବିକାଶ ବାହନ ରଥ କୁ ଆଜି ବିଜେପି ର ବହୁ ଛାମୁଆଁ ନେତା ଓ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵସ୍ତିକ ଜମାଦାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାହୁ, ଜିଲ୍ଲା ଉପସଭାପତି ଉଦୟ ପାଢ଼ୀ, ନଗର ସଭାପତି ବଦ୍ରି ମହାନ୍ତି, ଟିଂକୁ ପଣ୍ଡା, କିରଣ ପାଣିଗ୍ରାହୀ, ପିଙ୍କି ମହାପାତ୍ର, ନୀଳ ମାଧବ ପାଢ଼ୀ, ରାମ ପଟନାୟକ, ପଦ୍ମା ପଟନାୟକ, ଜୟଦେବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।