ଗୁଣପୁର, (୬/୫) : ଆପ୍ର. : ଆଜି ଗୁଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ହିସାବ ରକ୍ଷକ ତଥା ସହାୟକ ଭାବେ କାର୍ଯ୍ୟରତ ଠିକା କର୍ମଚାରୀ ଶ୍ରୀ କେ. କିଶୋର ରାଓଙ୍କ ଦେହାନ୍ତ ଗତ ତା ୨୫-୦୪-୨୦୨୫ ରିଖରେ ଘଟିଥିଲା ।
ସେ ନିଜ ପରିବାରକୁ ସ୍ୱଳ୍ପ ବେତନରେ ଚଳାଇ ଆସୁଥିଲେ । ଏହି ଦୁଃଖଦ ଅବସରରେ, ଗୁଣପୁର ଶିକ୍ଷକ ସଂଘ ପକ୍ଷରୁ ₹୧,୨୨,000/- (ଏକ ଲକ୍ଷ ବାଇଶି ହଜାର) ଅର୍ଥ ସହାୟତା ରାଶି demand draft ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ନାହାକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀଙ୍କ ଦ୍ୱାରା ଶ୍ରୀ କିଶୋର ରାଓଙ୍କ ଦ୍ୱାଦଶ କର୍ମ ଅବସରରେ ତାଙ୍କ ପରିବାରକୁ ପ୍ରଦାନ କରାଯାଇଛି । ଏହା ସହିତ, ଗୁଣପୁର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ଲକ୍ଷ୍ମୀ ବେହେରା ମଧ୍ୟ ୧୦୦୦୦ (ଦଶ ହଜାର) ଅର୍ଥ ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଶିକ୍ଷକ ସଂଘ ସଭାପତି ଶ୍ରୀ ଶିବ ପ୍ରସାଦ ମହାପାତ୍ର, ଶ୍ରୀ ସଂଜୀବ ପଟ୍ଟନାୟକ, ଶ୍ରୀ ଆର୍ତ୍ତତ୍ରାଣ ରଥ ଓ ରାୟଗଡ଼ା ଶିକ୍ଷକ ନେତା ଶ୍ରୀ ସୁରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।