ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୭/୦୧) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଗ୍ରାମରେ ଆଜାଦ ଚନ୍ଦ୍ର ଶେଖର ଯୁବକ ସଂଘ ପକ୍ଷରୁ ୩ୟ ବର୍ଷ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ପଞ୍ଚାୟତ ର ସରପଞ୍ଚ କାଳିଆ ସରାଫ, ଯୁଧିଷ୍ଠିର ଭରାସଗରିଆ,ପୂର୍ବତନ ସମିତି ସଭ୍ୟ ଉମେଶ ଚନ୍ଦ୍ର ବର୍ମା, କଶ୍ୟପ ସରାଫ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ,ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଦିଗାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଶୁଭ ଉଦଘାଟନ କରିବା ସହ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଟିକ୍ରାପଡା ଓ ତେନ୍ତୁଳିମୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ତେନ୍ତୁଳିମୁଣ୍ଡା କୁ ପରାସ୍ତ କରି ଟିକ୍ରାପଡା ଦଳ ବିଜୟୀ ହୋଇଛି ।
ଏହି ମ୍ୟାଚ କୁ ରେଫରି ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଳେ ବୈଷ୍ଣବ ତାଣ୍ଡି, ନବୀନ ସରାଫ ଓ ନିତେଶ ମାଝୀ ଲାଇନ ରେ ସହଯୋଗ କରିଥିଲେ । ଡୋଲାମଣି ଦାସ ଓ ପୃଥିରାଜ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ ।ଆୟୋଜକ କମିଟି ର ସଭାପତି ପଦ୍ମ ଲୋଚନ ସରାଫ, ସମ୍ପାଦକ ଡୁଳକୃଷ୍ଣ ବେହେରା, କୋଷାଧ୍ୟକ୍ଷ ମୋହନ ଲାଲ ସରାଫ, ବିନୋଦ କୁମାର ସରାଫ, ମୁକେଶ କୁମାର ସରାଫ, ମଧୁସୂଦନ ସରାଫ,ଝସକେତନ ସରାଫ, ବିର ଭୋଇ, ମନୁ ସାହୁ,କୁଳମଣି ବେହେରା, ବୁଦ୍ଧଦେବ ସରାଫ, ଉମେଶ ସରାଫ, କାଳିଆ ମହାନନ୍ଦ,ସୁଶୀଲ ଭୋଇ ପ୍ରମୁଖ ଙ୍କ ସହ ଆୟୋଜକ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।