32.9 C
Balāngīr
Sunday, July 20, 2025

ଗୁରୁତର ବାପା ସାମ୍ନାରେ ପୁଅର ମୃତ୍ୟୁ : ଖବର ପ୍ରକାଶ ପରେ ସରକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୬-୦୯) : ଗୁରୁତର ବାପା ସାମ୍ନାରେ ପୁଅର ମୃତ୍ୟୁ | ଏଚ ଆଇ ଭି/ଏଡ୍ସରେ ଆକ୍ରାନ୍ତ ରେ ଗୁରୁତର ଅବସ୍ଥାରେ ଥିବା ଜିଲ୍ଲାର ଅନେକ ସଂଖ୍ୟାରେ ଏ ଆର ଟି ଭଳି ଜରୁରୀ ଔଷଧ ସେବନ କରି ନ ପରିବା ଓ ଜିଲ୍ଲାରେ କାର୍ଯ୍ୟରତ ସରକାରୀ ଟି,ଆଇ ପ୍ରକଳ୍ପର କାଗଜ,କଲମ ରେ ସରକାରୀ ଯୋଜନା ଚଳାଇବା ପରି ଘଟଣା ନେଇ ଆମ ଖବର ପ୍ରକାଶ ପରେ ଜିଲ୍ଲା ସ୍ତରୀୟ ପ୍ରଶାସନ ତଥା ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (OSACS) ତରଫରୁ ତୁରନ୍ତ ପଦକ୍ଷେପ ସହ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମକୁ ଫୋନ ଯୋଗେ ସୂଚନା ଦେଇଛନ୍ତି ।ଚିକିତ୍ସାଧୀନ ଅବସ୍ଥାରେ

ରାଜ୍ୟର ସମସ୍ତ ଏ ଆର ଟି ଔଷଧ ବିତରଣ ଓ ପରିଚାଳନା ନେଇ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରିବା ପାଇଁ ସ୍ଥିର କରିଛନ୍ତି ବୋଲି ଜଣାଯାଇଛି । ଏହି ବଲାଙ୍ଗୀର ଜିଲ୍ଲାରେ ଏଡ୍ସ ରେ ଆକ୍ରାନ୍ତ ଓ ମୃତ ନେଇ ସବିଶେଷ ଖବର ପ୍ରକାଶ ପାଇଥିଲା । ସେହିପରି ଗତ ୨୨ ତାରିଖ ଦିନ ଠାରୁ ବଲାଙ୍ଗୀର ଜିଲ୍ଲାର ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନା ରେ ଆକ୍ରାନ୍ତ ଦୁଇ ବାପ,ପୁଅ ଙ୍କ ମଧ୍ୟରୁ ଚିକିତ୍ସିତ ଅବସ୍ଥାରେ ଥିବା ସୋମନ ବାଗ (ବ-୨୭) ନାମକ ପୁଅ ର ସକାଳ ୬ ଘଣ୍ଟା ସମୟରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଗୁରୁତର ବାପା ସାମ୍ନାରେ ପୁଅର ମୃତ୍ୟୁ | ଦୁଃଖ ଓ ପରିତାପର ବିଷୟ ଯେ ଅସୁସ୍ଥ ଭର୍ତ୍ତି ପିତା ବଡ଼ କଷ୍ଟରେ ଚାଲି,ଚାଲି ନିଜ ପୁଅର ଶବ ନେଇ ଟିଟିଲାଗଡ଼ ସ୍ଥିତ ଘରକୁ ଫେରିବା ନେଇ ଟଙ୍କା ଅଭାବରୁ ସାହଯ୍ୟ ଭିକ୍ଷା କରୁଥିବା ସତ୍ୱେ ଦିନ ୨ ଟା ପର୍ଯ୍ୟନ୍ତ ବେଶ ଦୁର୍ଦ୍ଦଶା ହୋଇ ନିରାଶ ହୋଇ କାନ୍ଦୁଥିଲେ ।

ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ ପରେ ଏକ ଗାଡିରେ ଶବ ଅଣାଯାଇଥିଲା । ବର୍ତ୍ତମାନ ଉକ୍ତ ବୃଦ୍ଧ ପିତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଏ ଆର ଟି ଔଷଧ ମିଳିପାରିନାହିଁ, ଏପରି କି ଉକ୍ତ ମ୍ୟାଡିକାଲରେ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କୁ ଦିଆଯିବା ଉଚିତ କିନ୍ତୁ କେହି ପ୍ରଦାନ ଦିଗରେ ଦୃଷ୍ଟି ଦେଇ ନ ଥିଲେ । ଉକ୍ତ ଶବକୁ ଜନସେବା ସଙ୍ଘ ତରଫରୁ ସତ୍କାର କରାଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଡାକ୍ତରଖାନାରେ ଭର୍ତ୍ତି ରହି ଅବା ବୁର୍ଲାକୁ ଯଥାଶୀଘ୍ର ଯଦି ମୃତକଙ୍କ ପିତା ନ ଯିବେ ତେବେ ଜୀବନ ଅକାଳରେ ହରେଇବେ । ଏ ନେଇ ତୁରନ୍ତ କିପରି ସେ ଉପଯୁକ୍ତ ଚିକିତ୍ସା ସହାୟତା ପାଇପାରିବେ ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରୁ ଦାବୀ ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...