32.9 C
Balāngīr
Tuesday, May 20, 2025

”ଗୁରୁ ସମ୍ମାନ ” ରେ ସମ୍ମାନିତ ହେଲେ ଗୁରୁ ରିନା ରାଣୀ ସାହୁ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୦/୧୨) : ଜଗତର ନାଥ ଜଗନ୍ନାଥ ଧାମ ପୁରୀ, ଅନ୍ନପୂର୍ଣ୍ଣା ଥିଏଟରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ଆନ୍ତର୍ଜାତିକ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ମୂଖ୍ୟ ଅତିଥି ଭାବେ ଉପେନ୍ଦ୍ର କୁମାର ଶର୍ମା (ଭାରତୀୟ ସାଂସ୍କୃତିକ ଶାଖାର ସଭାପତି), ସାଗର ମହାନ୍ତି ( ସୁନାମଧନ୍ୟ ଆର୍କିଟେକଚର ବା ଏ ଯୁଗର ବିଶ୍ଵକର୍ମା) ଓ ରାମ ପ୍ରସାଦ ମହାନ୍ତି (ନାଟ୍ୟ ନିର୍ଦ୍ଦେଶକ, ଲେଖକ, ସଙ୍ଗୀତ ନିର୍ଦ୍ଦେଶକ) ମଞ୍ଚାସିନ ଥିଲେ । ଆମ ଦେଶର କୋଣ ଅନୁକୋଣରେ ସଙ୍ଗୀତ ଓ ନୃତ୍ୟ ଭରି ରହିଛି । ଆମ ଦେଶର ସଭ୍ୟତା ଯେତିକି ପୁରୁଣା ଏଠାର ସଙ୍ଗୀତ ଓ ନୃତ୍ୟ ସେତିକି ପୁରୁଣା । ସମାଜରେ ପ୍ରଚଳିତ ପରମ୍ପରା ଓ ବିଭିନ୍ନ ଭାଵରୁ ନୃତ୍ୟର ସୃଷ୍ଟି । ଵେଦ ବେଦାନ୍ତରେ ମଧ୍ୟ ଗୀତ ଓ ନୃତ୍ୟର ଉଲ୍ଲେଖ ରହିଛି । ଏହି ପୁରାତନ ନୃତ୍ୟ କଳାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଏଭଳି ପ୍ରୟାସ ।

ପୁରୀ ଠାରେ ଅନୁଷ୍ଠିତ ଏହି ଆନ୍ତର୍ଜାତିକ ଶାସ୍ତ୍ରୀୟ ନୃତ୍ୟ ଉତ୍ସବରେ ଭାରତର କୋଣ ଅନୁକୋଣରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନୃତ୍ୟ ଶିଳ୍ପୀ ମାନେ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ବିଶେଷ କରି କଥକ ,ଭାରତନାଟ୍ୟମ୍ , କୁଚିପୁଡି, ଓଡିଶୀ ନୃତ୍ୟଶିଳ୍ପୀ ମାନଙ୍କ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହି ଆନ୍ତର୍ଜାତିକ ଉତ୍ସବରେ ଗୁରୁ ରିନା ରାଣୀ ସାହୁ ଭାଗ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଉପସ୍ଥିତ ଅତିଥିମାନେ ରିନା ରାଣୀ ଙ୍କ ନୃତ୍ୟ ପରିବେଷଣ ଶୈଳୀକୁ ଭୂୟସୀ ପ୍ରଶଂସା କରିଵା ସହ ରିନା ରାଣୀ ସାହୁଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ” ଗୁରୁ ସମ୍ମାନ ” ରେ ସମ୍ମାନିତ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...