ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆଳି, (୨୪/୨) : ଗୁହାଳରେ ନିଆଁ ଲାଗି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଆଳି ଥାନା ଜେନାଙ୍ଗ ଗାଁ’ରେ ଘଟିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଦୋକାନ ଘର ସହ ଗୁହାଳରେ ନିଆଁ ଲାଗିଯାଇଥିଲା। ଫଳରେ ଗୁହାଳରେ ଥିବା ୪ ଗୋରୁ ଜୀବନ୍ତ ଜଳିଯାଇଛନ୍ତି । ଦୋକାନରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।