32.9 C
Balāngīr
Wednesday, April 30, 2025

“ଗୋଇମୁଣ୍ଡ ଠାରେ ତୈଳିକ ବୈଶ୍ୟ ସମାଜର ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ଓ ନୂତନ କର୍ମକର୍ତ୍ତା ମନୋନୟନ”

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୭/୧) : ମୁରିବାହାଲ ବ୍ଲକ ଗୋଇମୁଣ୍ଡଠାରେ ବ୍ଲକ ସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଦଧିବାମନ ମନ୍ଦିର କମିଟି ସଭାପତି କୃତିବାସ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମାଜର ବ୍ଲକସ୍ତରୀୟ କମିଟିର ବହୁ ସଦସ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ସଭା ଆରମ୍ଭ ପୂର୍ବରୁ ପୂର୍ବତନ ବ୍ଲକ ସଭାପତି ସ୍ୱର୍ଗତ ଗୟାଧର ସାହୁଙ୍କ ପରଲୋକରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଗୟାଧର ସାହୁଙ୍କ ବିୟୋଗରେ ସଭାପତି ପଦବୀ ଖାଲି ପଡ଼ିଥିବାରୁ ସାମାଜିକ କାର୍ଯ୍ୟକଳାପ ବାଧା ହେଉଥିବା ମନେକରି ସର୍ବସମ୍ମତି କ୍ରମେ ସଭାପତି ପଦବୀ ଓ କିଛି ପଦପଦବୀର ପୁନର୍ଗଠନ କରାଯାଇଥିଲା ।

ଏଥିରେ ନୂତନ ସଭାପତି ଭାବେ ଲୋକନାଥ ସାହୁ, ଉପସଭାପତି ଗିରିଧାରୀ ସାହୁ, ପୁରିତ ସାହୁ, ଅଡିଟର ବିଷ୍ଣୁ ପ୍ରସାଦ ସାହୁ, ରମାକାନ୍ତ ସାହୁ, ଉପଦେଷ୍ଟା କମିଟିରେ ପିଲାବାବୁ ସାହୁ, ଗୌତମ ସାହୁ, କାଳିନ୍ଦୀ ଚରଣ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ । ସମସ୍ତଙ୍କୁ ନେଇ ସମାଜର ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି ସଭାପତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜର ବ୍ଲକ ସମ୍ପାଦକ ବାସୁଦେବ ସାହୁ, ଲୋଚନ ସାହୁ, ନିମାଇଁ ଚରଣ ସାହୁ, ଭାଗିରଥି ସାହୁ, କୁବେର ସାହୁ, ପଦ୍ମନାଭ ସାହୁ, ଗୌତମ ସାହୁ, ସୁକଲ ସାହୁ, ପୂର୍ଣ୍ଣ ସାହୁଙ୍କ ସମେତ ସମାଜର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...