32.9 C
Balāngīr
Saturday, April 26, 2025

ଗୋଟିଏ ଚୁଟକିରେ Whatsapp ରେ ବୁକ ହେବ ସିଲିଣ୍ଡର, ଜାଣନ୍ତୁ ସମ୍ପୁର୍ଣ୍ଣ ପ୍ରକ୍ରିୟା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୧) : ପ୍ରାୟତଃ ସମସ୍ତେ ପ୍ରାୟତଃ ଚାଟିଂ ଏବଂ ଖବର ପହଞ୍ଚାଇବା ପାଇଁ ହ୍ବାଟ୍ସଆପ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ଏହା ବ୍ୟତୀତ ଗ୍ୟାସ୍ ବୁକିଂ ସେବା ମଧ୍ୟ ଯୋଗାଇବ କମ୍ପାନୀ ।

ଗୋଟିଏ ଚୁଟକିରେ Whatsapp ରେ ବୁକ ହେବ ସିଲିଣ୍ଡର, ଜାଣନ୍ତୁ ସମ୍ପୁର୍ଣ୍ଣ ପ୍ରକ୍ରିୟା । ଭାରତରେ କୋଟି କୋଟି ଲୋକ ହ୍ୱାଟସଆପ୍ ବ୍ୟବହାର କରନ୍ତି, ତେଣୁ ସମସ୍ତ କମ୍ପାନୀଗୁଡ଼ିକ ହ୍ୱାଟସଆପ୍ ମାଧ୍ୟମରେ ମଧ୍ୟ ସେମାନଙ୍କର ସେବା ପ୍ରଦାନ କରନ୍ତି । ବର୍ତ୍ତମାନ ହ୍ୱାଟସଆପ ମାଧ୍ୟମରେ ଗ୍ୟାସ ମଧ୍ୟ ବୁକ୍ କରାଯାଇ ପାରିବ । ମୋବାଇଲ୍ ଫୋନ୍‌ରେ କଲ୍ କରି କିମ୍ବା ଅଫିସ୍ ଯାଇ ଗ୍ୟାସ୍ ଭରିବା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଯାଏ । ଏହାକୁ ଏଡାଇବା ପାଇଁ ହ୍ୱାଟସଆପ ମାଧ୍ୟମରେ ମଧ୍ୟ ଗ୍ୟାସ ବୁକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଗ୍ୟାସ ସଂଯୋଗରେ ପଞ୍ଜିକୃତ ନମ୍ବରରୁ ଆପଣଙ୍କ ସେବା ପ୍ରଦାନକାରୀଙ୍କୁ ମେସେଜ କରିବାକୁ ପଡିବ ।

ଯେଉଁ କମ୍ପାନୀରୁ ଗ୍ୟାସ କିଣୁଥିବେ ସେହି କମ୍ପାନୀକୁ ହ୍ୱାଟସଆପରେ ମେସେଜ ପଠାଇବାକୁ ହେବ । HP GAS- 9222201122, Indane- 7588888824 ଏବଂ Bharat Gas- 1800224344। ପ୍ରଥମେ ନମ୍ବରଟି ସେଭ୍ କରି HI ଲେଖିବାକୁ ପଡିବ, ଏହା ପରେ ଆପଣଙ୍କୁ ଆପଣଙ୍କର ଭାଷା ଚୟନ କରିବାକୁ ପଡିବ । ଏହା ପରେ ଏଠାରୁ ସବୁକିଛି କରିପାରିବେ ଯେପରିକି ଗ୍ୟାସ ବୁକିଂ, ନୂତନ ସଂଯୋଗ, ଯେକୌଣସି ଅଭିଯୋଗ ଇତ୍ୟାଦି । ସ୍କ୍ରିନରେ ଅନେକ ବିକଳ୍ପ ଦେଖିବେ ଯେଉଁଥିରୁ ଆବଶ୍ୟକତା ଅନୁସାରେ ଯେକୌଣସି ବିକଳ୍ପ ବାଛିବାକୁ ପଡ଼ିବ । ଗ୍ୟାସ୍ ରିଫିଲ୍ ବୁକ୍ କରିବାର କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ପାଖକୁ ଏକ ନୂତନ ସିଲିଣ୍ଡର ଆସିଯିବ । କେତେକ ସ୍ଥାନରେ ଅଧିକ ସମୟ ମଧ୍ୟ ଲାଗିପାରେ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...