32.9 C
Balāngīr
Sunday, July 20, 2025

ଗୋଡ଼ ଅପରେସନ ପାଇଁ ଗଞ୍ଜେଇ ଚାଲାଣ କରୁଥିଲେ ଦିବ୍ୟାଙ୍ଗ, ଧରିଦେଲା ପୁଲିସ୍‌

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୪/୦୫) : ନିଜ ଗୋଡ଼ର ଅପରେସନ ନିମନ୍ତେ ଟଙ୍କା ଆବଶ୍ୟକ ଥିଲା। ତେଣୁ ସହଜରେ ଟଙ୍କା ଯୋଗାଡ଼ ପାଇଁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କଲେ ଦିବ୍ୟାଙ୍ଗ ।

ମାତ୍ର ତାଙ୍କର ସବୁ ଯୋଜନା ଫେଲ୍‌ ମାରିଲା । ଗଞ୍ଜେଇ ଜବତ ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌ । ଏପରି ଏକ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ଅଧୀନରେ ଘଟିଛି । ଗିରଫ ବ୍ୟକ୍ତିଜଣକ ତାମିଲନାଡୁର ଏସ.ଆର ମହାଦୀପନନ୍ଦ ନାଲ୍ଲାକୋଇ ବୋଲି ଜଣାଯାଇଛି । କିଛି ମାସ ପୂର୍ବେ ଟ୍ରେନ୍‌ ଦୁର୍ଘଟଣାରେ ମହାଦୀପନନ୍ଦଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇ ଯାଇଥିବା ବେଳେ ଅପରେସନ ପାଇଁ ଟଙ୍କା ନାହିଁ । ଏପରି ସ୍ଥଳରେ ସହଜରେ ଟଙ୍କା ଯୋଗାଡ଼ ନିମନ୍ତେ ସେ ଗଞ୍ଜେଇ ଚାଲାଣ କରିବାକୁ ମନସ୍ଥ କରିଥିଲେ ।

ଗଞ୍ଜେଇ କିଣିବା ନିମନ୍ତେ ସେ ଅଡ଼ବା ଥାନା ଅଧୀନ ରାଇପଙ୍କା ଅଞ୍ଚଳକୁ ଆସିଥିଲେ। ସେଠାରୁ ପ୍ରାୟ ୯ କେଜି ଗଞ୍ଜେଇ କିଣି ୪ ପ୍ୟାକେଟରେ ତାହାକୁ ଧରି ତାମିଲନାଡ଼ୁ ଯାଉଥିଲେ । ଏଥି ନିମନ୍ତେ ସେ ଡୁମିଗୁଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରୁ ସେ ବ୍ରହ୍ମପୁର ଯାଇ ଟ୍ରେନ୍‌ରେ ତାମିଲନାଡ଼ୁ ଯିବାକୁ ଟିକେଟ କରିଥିଲେ । ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ପହଞ୍ଚି ତାଙ୍କୁ ଡୁମିଗୁଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ଉଠାଇ ନେଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ମହାଦୀପନନ୍ଦ ପୂର୍ବରୁ ବି ଅଡ଼ବା ଅଞ୍ଚଳକୁ ଆସିଥିବା ପୁଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି ।

ଏନେଇ ମହାଦୀପନନ୍ଦଙ୍କୁ ପଚାରିବାରୁ, ମୋ’ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଅପରେସନ ପାଇଁ ପାଖରେ ଅର୍ଥ ନାହିଁ। ମୋର ପରିବାର ବୋଲି କେହି ନ ଥିବା ବେଳେ ଅସହ୍ୟ ଯନ୍ତ୍ରଣା ସହ୍ୟ କରି ହେଉନି। ତେଣୁ ଗଞ୍ଜେଇ ଚାଲାଣ କରି କିଛି ଟଙ୍କା ରୋଜଗାର କରି ଗୋଡ଼ ଅପରେସନ କରାଇବାକୁ ଭାବି ଏପରି କରିଥିବା ସେ କହିଛନ୍ତି । ପୁଲିସ୍‌ ତାଙ୍କୁ କୋର୍ଟଚାଲାଣ କରି ଦେଇଛି। ଏଥିସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ୍‌ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...