32.9 C
Balāngīr
Saturday, July 12, 2025

ଗୋବର୍ଦ୍ଧନ ଉତ୍ସବ ବୌଦ୍ଧ ଜିଲ୍ଲା ରେ ୭ ଦିନ ପରିକ୍ରମା କରିବ “ଗୋ -ସୁରକ୍ଷା ରଥ “

Must read

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୭/୧୦) : ବୌଦ୍ଧ ଜିଲ୍ଲା ରେ ପ୍ରସିଦ୍ଧ ଲାଭ କରିବାକୁ ଯାଉଥିବା ମାଁ ମାହେଶ୍ୱରୀ ଗୋ-ଶାଳା ଓ ଜରାଶ୍ରମ ପରିଚାଳନା କମିଟି ଦ୍ୱାରା ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ ହେବା ସହିତ ୭ ଦିନ ଧରି ଜିଲ୍ଲା ସାରା “ଗୋ-ସୁରକ୍ଷା ରଥ “ ପରିକ୍ରମା କରିବ |

ଗୋବର୍ଦ୍ଧନ ଉତ୍ସବ ବୌଦ୍ଧ ଜିଲ୍ଲା ରେ ସର୍ବ ପ୍ରଥମ ଗୋ-ସେବା ଉପରେ କାର୍ଯ୍ୟକ୍ରମ ଅଟେ | ଏହି ଉତ୍ସବ ମାଁ ମାହେଶ୍ୱରୀ ଗୋ-ଶାଳା ସମେତ ସତ୍ୟ ସନାତନ ଧର୍ମ ସମନ୍ୱୟ କମିଟି, ଗାୟତ୍ରୀ ପରିବାର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପରିବାର, ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସତ୍ୟସାଇ ସେବା ସଂସ୍ଥା, ଆନନ୍ଦ ମାର୍ଗ ପ୍ରଚାରକ ସଂଘ, ବିଶ୍ଵଗୁରୁ କଇଁଫୁଲ ବାବା, ଠାକୁର ଅଭିରାମ ପରମ ହଂସ ଆଦି କମିଟି ଆୟୋଜନ ରେ ଅନୁଷ୍ଠିତ ହେବ |

ଗୋବର୍ଦ୍ଧନ ଉତ୍ସବ ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କେଳାକଟା ସ୍ଥିତ ଗୋବର୍ଦ୍ଧନ ପାହାଡ଼ରେ ଗୋ ନବରାତ୍ର ୧୧/୧୧ ଅଷ୍ଟମୀ ଠାରୁ ୧୯/୧୧ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ | ବିଶେଷ ସଂଯୋଗ ଭଗବାନ ଙ୍କ ହରଭଙ୍ଗା ବ୍ଲକ ର ଏହି ସ୍ଥାନଟି ଗୋବର୍ଦ୍ଧନ ପାହାଡ଼ ଚାରିପାଖରେ ଦେଖିବାକୁ ମିଳେ ଗୋପ, ମଥୁରା, ବୃନ୍ଦାବନ | ଏହି ଉତ୍ସବ ରେ ବୌଦ୍ଧ ଜିଲ୍ଲା ର ଜିଲ୍ଲା ପ୍ରଶାସନ, ସାଇ କୃପା ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର,ଗୋ ସେବା ସମିତି ଓଡିଶା, ଔଷଧ ବ୍ୟବସାୟୀ ସଂଘ ବୌଦ୍ଧ, ସମେତ ମିଲ ମାଲିକ ସଂଘ, ପେଟ୍ରୋଲ ମାଲିକ ସଂଘ, ବଣିକ ସଂଘ ବୌଦ୍ଧ, ମାରୱାଡି ଯୁବ ମଞ୍ଚ, ମାହେଶ୍ୱରୀ ସେନା ଓ ମାରୁତି ସେନା ସହାୟତା ରେ ଅନୁଷ୍ଠିତ ହେବା ସହିତ ବିଭିନ୍ନ ମାର୍ଗଦର୍ଶକ ଭାବେ ଶ୍ରୀ ଗୋ ଫାଉଣ୍ଡେସନ, ଓଡିଶା ଙ୍କ ମାର୍ଗ ଦର୍ଶନ ରେ ଆୟୋଜିତ ହେବ |

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗ୍ରାମ୍ୟ ବିକାଶ ପରିଷଦ -ଆମଠା ପଡ଼ା, ସୁରଭି ବାଉଁସୁଣୀ, ଲୋକକଳା ବିକାଶ କେନ୍ଦ୍ର, ପିପୁଲ ସୋସାଇଟି ମାଧପୁର, ପ୍ରାଣୀ କଲ୍ୟାଣ ମଞ୍ଚ, ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ପରିଷଦ ବୌଦ୍ଧ ସଂପୂର୍ଣ ମାତ୍ରାରେ ସହାଭାଗିତା ରେ ଅଂଶ ଗ୍ରହଣ କରିବେ | ଏହି ଉତ୍ସବ କୁ ବାବା ମଧୁସୂଦନ ଦାସ, ବାବା ଜଗଦାନନ୍ଦ ଦାସ,ବାବା ଖଗେଶ୍ୱର ବନପ୍ରସ୍ତି ପରିଚାଳନା କରିବେ ବୋଲି ସୂଚନା ମିଳିଛି |

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...