32.9 C
Balāngīr
Wednesday, April 30, 2025

ଗୋବର୍ଦ୍ଧନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Must read

ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡ଼ା, (୫/୩) : ମୁନିଗୁଡ଼ା ବ୍ଲକ ସଦର ମହକୁମା ଅନ୍ତର୍ଗତ ଗୋବର୍ଦ୍ଧନ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅତିଥି ମାନଙ୍କ ମାର୍ଗଦର୍ଶନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ହୋଇଯାଇଛି ।WhatsApp Image 2025 03 05 at 21.29.58 ଗୋବର୍ଦ୍ଧନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁଲତା ଦେଇଙ୍କ ସଭାପତିତ୍ବ ଓ ସହକାରୀ ଶିକ୍ଷଯାତ୍ରୀ ଶ୍ରୀମତୀ ପ୍ରମିଳା ମହାନ୍ତି ଓ ବାସନ୍ତୀ ଗୌଦଙ୍କ ମିଳିତ ସଂଯୋଜନାରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ସିଂ,ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ମିଶ୍ର,ସମ୍ମାନିତ ଅତିଥି ଛେଳିଆନାଳ ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ରାୟଗୁରୁ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାନ୍ତାରି ଡମ୍ବରୁଧର, କୁମୁଦାବାଲି ପ୍ରଧାନ ଶିକ୍ଷୟତ୍ରୀ ଚନ୍ଦ୍ରକାନ୍ତି ଲେଙ୍କା, ୱାର୍ଡ ମେମ୍ବର ମାଳିନୀ ଚିତ୍ତରଞ୍ଜନ,ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀଜଗନ୍ନାଥ ଓ ବିଦ୍ୟାଦାତା ଗଣେଶଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ ।

ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀମତି ମଞ୍ଜୁଲତା ଦେଇ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ସମସ୍ତ ସମ୍ମାନିତ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏଥିସହ ନିଜ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ଜୀବନରେ ସମୟାନୁବର୍ତ୍ତିତା,ଏକାଗ୍ରତା ଏବଂ ଗୁରୁ ଓ ଗୁରୁଜନଙ୍କ ଆଜ୍ଞାଧୀନ ହୋଇ କାର୍ଯ୍ୟ କରିବାକୁ ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ ।

ପରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପାତ୍ର,ଉପହାର ଦେଇ ପୁରସ୍କୃତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନଙ୍କ ଚମତ୍କାର ନୃତ୍ୟ,ସଙ୍ଗୀତ ଓ ଅଭିନୟରେ ଉପସ୍ଥିତ ଅତିଥି,ଅବିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। କାର୍ଯ୍ୟକ୍ରମରେ ସୁନ୍ଦର୍ ସଙ୍ଗୀତ ପରିବେଷଣ କରି ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ରାୟଗୁରୁଙ୍କ ସମସ୍ତଙ୍କୁ ମୁଗ୍ଧ କରି ଦେଇଥିଲା ।

ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ମମତା ପୁରୋହିତ ଦାୟିତ୍ୱ ନିଭାଇଥିବା ଦେଖିବାକୁ ମିଳିଥିଲା। ଶେଷରେ ସହକାରୀ ଶିକ୍ଷକ ଶ୍ରୀମତୀ ମଧୁସ୍ମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଅନେକ ଅବିଭାବକ,ପଞ୍ଚାୟତର ଅନେକ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିବା ସହିତ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...