32.9 C
Balāngīr
Sunday, July 20, 2025

ଗୋବିନ୍ଦ ପୁର ଗ୍ରାମରେ ପାଣି ପାଇଁ ଧାରଣା; ସମାଧାନ କଲେ ପୁରୁଷୋତ୍ତମପୁର ଆଇ ଆଇ ସି

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୩୧/୦୫) : ଗତକାଲି ସନ୍ଧ୍ୟା ୪ଘଣ୍ଟା ସମୟରେ ରାଇପୁର ଓ ଗୋବିନ୍ଦପୁର ଗ୍ରାମବାସୀଙ୍କ ଦୀର୍ଘ ଦିନ ହେଲା ଘରକୁ ପଞ୍ଚାୟତ ତରଫରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଏବଂ ଏହା ଉପରେ ବାରମ୍ବାର ସରପଞ୍ଚଙ୍କୁ କହିଲା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ସେମାନେ ଗତକାଲି ରାସ୍ତା ରୋକକରି ଛତ୍ରପୁର ତାରା ତାରିଣୀ ଛକ ରାସ୍ତାକୁ ଅବରୋଧ କରିଥିଲେ ।WhatsApp Image 2024 05 30 at 19.09.58 ଗୋବିନ୍ଦ ପୁର ଗ୍ରାମରେ ପାଣି ପାଇଁ ଧାରଣା; ସମାଧାନ କଲେ ପୁରୁଷୋତ୍ତମପୁର ଆଇ ଆଇ ସି

ଏହି ଘଟଣା ପୁରୁଷୋତ୍ତମପୁର ଏସଡ଼ିପିଓ ରଜନୀକାନ୍ତ ସାମଲଙ୍କ ନଜରକୁ ଆସିବାପରେ ସେ ଥାନା ଅଧିକାରୀ ବିପିନ ବିହାରୀ ହୋତାଙ୍କୁ ସେହି ସ୍ଥାନକୁ ଯିବାପାଇଁ କହିଥିଲେ । ଏବଂ ଥାନା ଷ୍ଟାଫ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଥାନା ଅଧିକାରୀ ଖରାଦିନେ ଲୋକଙ୍କ ପାଣିର ଆବଶ୍ୟକତା କୁ ବୁଝିପାରି ସରପଞ୍ଚ ନମିତା ବେହେରାଙ୍କୁ ମୋଟର ଚାଲୁ ହେବା ପର୍ଯ୍ୟନ୍ତ ଟେଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଇବା ପାଇଁ କହିଥିଲେ । ଥାନା ଅଧିକାରୀଙ୍କ ଏହି କଥାପରେ ମହିଳା ଓ ପୁରୁଷ ମାନେ ଧାରଣାରୁ ଉଠିଥିଲେ । ଏପଟେ ସରପଞ୍ଚ ନିଜ ପଞ୍ଚାୟତ ପେଡରେ ବିଡ଼ିଓଙ୍କୁ ଚିଠିଲେଖି ଜଣାଇଛନ୍ତି କି ବୋର ଠାରୁ ପମ୍ପଘର ପର୍ଯ୍ୟନ୍ତ ସଂଯୋଗୀକରଣ ବିଦ୍ୟୁତ ତାରକୁ କାଟି କିଏ ନେଇ ଯିବା ସହ ଅନେକ ସ୍ଥାନରେ କେହି ପାଇପକୁ କାଟି ଭାଙ୍ଗି ଦେଇଥିବାରୁ ପାଣି ସଂଯୋଗୀ କରଣ ହୋଇ ପାରିନାହିଁ ।

ତେଣୁ ପାଣି ଯୋଗା ଯୋଗରେ ବିଳମ୍ଭ ହେବ ବୋଲି ଲୋକଙ୍କୁ ମଧ୍ୟ ଜଣାଇଛନ୍ତି । ଏହାଉପରେ କିନ୍ତୁ ଏଠାରେ ଗ୍ରାମର କିଛି ବୟୋଜ୍ୟେଷ୍ଟ ବ୍ୟକ୍ତି ମତ ଦେଇଛନ୍ତି କି ରାଜ୍ୟ ସରକାର ପଞ୍ଚାୟତ ବାସୀଙ୍କ ଉର୍ନ୍ନତି ନିମନ୍ତେ କୋଟି, କୋଟି ଟଙ୍କା ଦେଉଥିଲା ବେଳେ, ଏତେ ବଡଖରାଦିନେ କେହି ଯଦି ତାରକାଟିନେଇ ଯାଇଛି ତାପାଇଁ କ’ଣ ପାଣି ଯୋଗାଣ ବନ୍ଦ ରହିବ କି ବୋଲି ଓଲଟା ପ୍ରଶ୍ନକରିଛନ୍ତି । ସେମାନେ ଆହୁରି କହିଛନ୍ତି କି ଲୋକଙ୍କ ସମସ୍ୟାକୁ ଦେଖି ପଞ୍ଚାୟତ ଫଣ୍ଡରୁ ବିଦ୍ୟୁତ ତାର ଓ ପାଇପ କିଣି ପାଣିର ସମାଧାନକଲେ ନି କାହିଁକି, ଏହାସହ ସମ୍ବେଦନଶିଳ ସ୍ଥାନ ଗୁଡିକରେ ଯଦି ସିସିଟିଭି ଲଗାଯାଇ ଥାନ୍ତେ ତେବେ କିଏ ତାର କାଟି ନେଇଛି ଓ ପାଇପ ଭାଙ୍ଗିଛି ତାହା ସର୍ବ ସମ୍ମୁଖରେ ଦେଖିଲା ପରେ ଚୋର ର ଅସଲ ରୂପ ଧରାପଡି ଯାଇଥାନ୍ତା ବୋଲି ସେମାନେ କହିଛନ୍ତି ।

କଣ ପାଇଁ ସରପଞ୍ଚ ଜାଣିଶୁଣି ଏହା କରିଲେ ନାହଁ ବୋଲିସେମାନେ କହିଛନ୍ତି । ଲୋକଙ୍କ କହିବା କଥା ‘ପାଣି ସଂଯୋଗୀକରଣ କେବେହେବ ଜଣାନାହିଁ, କିନ୍ତୁ ଆଇ ଆଇ ସି ଙ୍କ ଯୋଗୁଁ ଟେଙ୍କରରେ ପାଣି ଯୋଗାଣ ଦ୍ୱାରା ଲୋକମାନେ କିଛି ମାତ୍ରାରେ ଉପକୃତ ହୋଇ ପାରିବେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...