ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮//୨) : ଆଜି ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ବୈଠକ ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟନାୟକଙ୍କ ନେତୃତ୍ୱ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି l
ଏହି ବୈଠକରେ ମୁଖ୍ୟ ଅତିଥିଭାବେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ l ଏହି ବୈଠକରେ ବିକଶିତ ଗାଁ ଓ ବିକଶିତ ଓଡିଶା ର ଗ୍ରାମ ସଭାରୁ ପ୍ରାପ୍ତ ପ୍ରକଳ୍ପ ଗୁଡିକର ପଠନ ଓ ଅନୁମୋଦନ ଏବଂ ବ୍ଲକ ଅନ୍ତର୍ଗତ ରହିଥିବା ସବୁ ବିଭାଗର ଅନ୍ୟାନ୍ୟ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ବିଧାୟକ ସମେତ ବ୍ଲକ ଅଧକ୍ଷ ଏନ. ଭୀର ରାଜୁ,ବ୍ଲକ ଉପଦକ୍ଷା ଏସ. ଅନୁସୂୟା ଦେବୀ,ଜିଲ୍ଲାପରିଷଦ ଏସ. ବାଲରାଜୂ,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟନାୟକ ଏବଂ ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ଥିଲେ l