32.9 C
Balāngīr
Wednesday, April 30, 2025

ଗୋ ପାଳନରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Must read

ଗୁଣପୁର, (୨୧/୩) : ଆ.ପ୍ର. : ଆଜି ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ ପ୍ରାଣିସମ୍ପଦ ବିଭାଗ , ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତିନି ଦିିନିଆ ଗୋ ପାଳକଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।WhatsApp Image 2025 03 21 at 17.57.01 1 ଗୋ ପାଳନରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡ଼ଃ ଦେବରାଜ ନାୟକ ସିଡିଭିଓ ରାୟଗଡ଼ା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସରକାରଙ୍କ ଗୋ ପାଳନ ପ୍ରତି କ’ଣ ଆଭିମୁଖ୍ୟ ରହିଛି ସେ ବିଷୟରେ ଗୋ ପାଳକ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଲେ । ସମ୍ମାନୀତ ଅତିଥି ଭାବେ ଡ଼ଃ ଆଲୋକ କୁମାର ଆଚାର୍ଯ୍ୟ ଏସ୍ ଡି ଭି ଓ ଗୁଣପୁର ଯୋଗଦେଇ ଗୃହପାଳିତ ପଶୁମାନଙ୍କର ପ୍ରଜନନ ଓ ରୋଗ ନିରାକରଣ ବିଷୟରେ ବିସ୍ମୃତ ଭାବରେ ଆଲୋଚନା କରିଥିଲେ । ଡଃ ବିପ୍ର ଚରଣ ବେହେରା ଏଡିଭିଓ ରାୟଗଡ଼ା ଯୋଗଦେଇ ଗୋ ପାଳନରେ ଖାଦ୍ୟ ପରିଚାଳନା ତଥା ଘାସ ଚାଷ ( ହାତିଆ ଘାସ , ଆଜୋଲା , ହାଇଡ୍ରୋପୋନିକ ଘାସ ଚାଷ) ବିଷୟ ଗୋ ପାଳକ ଙ୍କୁ ବୁଝାଇଥିଲେ ।

ଘାସ ଚାଷ ଦ୍ଵାରା କିପରି ଖର୍ଚ୍ଚ କମ୍ କରାଯାଇପାରିବ ଓ ନିଜେ କିପରି ଦାନା ପ୍ରସ୍ତୁତି କରିପାରିବେ ସେ ବିଷୟରେ ବୁଝାଇଥିଲେ । ଡଃ ସିଦ୍ଧାର୍ଥ ଶଙ୍କର ସାବତ ଭି ଏ ଏସ୍ ଗୁଣପୁର ଓ ଡ଼ଃ ବିଷ୍ଣୁ ଚରଣ ଶଵର ଏ ଭି ଏ ଏସ୍ ଗୋ ପାଳନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ଗୁହାଳରୁ ବାହାରୁଥିବା ବର୍ଜ୍ୟବସ୍ତୁର କିପରି ସୁପରିଚାଳନା କରିପାରିବେ ସେ ବିଷୟରେ ବୁଝାଇଥିଲେ । ଡଃ କୃଷ୍ଣାନନ୍ଦ ବେହେରା ବି ଭି ଓ ରାୟଗଡ଼ା ଗୋ ପାଳକ ମାନେ ଦୁଧ ବିକ୍ରି କରିବା ସହ ସେଥିରୁ କିପରି ବିଭିନ୍ନ ପ୍ରକାରର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି କରିହେବ ଓ ତାହା କିପରି ସହଜରେ ବଜାରିକରଣ କରିପାରିବେ ସେ ବିଷୟରେ କହିଥିଲେ ।WhatsApp Image 2025 03 21 at 17.57.01 ଗୋ ପାଳନରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଡଃ ରାଧେଶ୍ୟାମ ଦାସ ଵିଭିଓ ଗୁଣପୁର ଯୋଗଦେଇ ଗୋ ପାଳକ ମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନେଇ ଗୋ ପାଳନର ବିଭିନ୍ନ କୈାଶଳ ଶିକ୍ଷା ଦେଇଥିଲେ ଏବଂ ଆଜିର ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଗୋ ପାଳକ ମାନେ ଏହି ପ୍ରଶିକ୍ଷଣ ଶିବିରରେ ବ‌ହୁ ଉପାଦେୟ ତଥ୍ୟ ଶିଖି ପାରିଥିଵାରୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...