32.9 C
Balāngīr
Saturday, July 12, 2025

ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ବିଡ଼ିଓଙ୍କୁ ଦେଲେ

Must read

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୧୮/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ସୁଧାକର ରଇତଙ୍କୁ ପ୍ରଦାନ କରାଯାଇଛି ।WhatsApp Image 2021 11 19 at 11.42.39 AM ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ବିଡ଼ିଓଙ୍କୁ ଦେଲେ

ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ର ଜିଲା ସଭାପତି ରାମ କୃଷ୍ଣ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସଭାପତି ଇଶ୍ଵର ମୁଣ୍ଡଛେନାଙ୍କ ନେତୃତ୍ୱରେ ବ୍ଲକ ର ୫୨ ଜଣ କର୍ମୀ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ହେଲା ଏସ ଇ ଏମ ପଦ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା ଦିଆଯାଉ, ୫ ବର୍ଷ ବୟସ କୋହଳ କରାଯାଉ, ୧୦ ବର୍ଷ ର ଏରୀୟର କରା ଯାଉ, ଗ୍ରାମପଞ୍ଚାୟତ ରୁ ଦରମା ବନ୍ଦ କରି ଆମକୁ ଡିପାର୍ଟମେଂଟରୁ ଦରମା ଦିଆଯାଉ, ଉକ୍ତ ପରିବାରରୁ ଜଣକୁ ସେହି ସଂସ୍ଥାରେ ନିଯୁକ୍ତି ଦିଆଯାଉ, କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା କ୍ଷତି ପୁରାଣ ଦେବା ପାଇଁ ଦାବି ପତ୍ରରେ ଉଲେଖ ରହିଛି ।

ରାଜ୍ୟ ସଂଘ ର ନିଷ୍ପତ୍ତି କ୍ରମେ ଚଳିତ ମାସ ୨୧ ତାରିଖ ସୁଦ୍ଧା ଦାବି ପୂରଣ କରା ନ ଗଲେ ୨୨ ତାରିଖ ଠାରୁ ଏସ ଇ ଏମ ଓ ପମ୍ପଚାଳକ ଗଣ ଧାରଣାରେ ଯୋଗ ଦେବୁ ବୋଲି ଇଶ୍ୱର ମୁଣ୍ଡଛେନା, କାସିପତି ବାଗ, ଅଜିତ ନାୟକ, ଏ ସମ୍ବୁ ଲିଙ୍ଗମ, ମଧୁସୂଦନ କାଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...