ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୩) : ରାୟଗଡ଼ା ଜିଲ୍ଲାର ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୧୫ ଜଣ ଯୁଵକ ଓ ଯୁବତୀ ଙ୍କୁ ନେଇ ୭ ଦିନିଆ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି ।
ଗ୍ରାମୀଣ ଯୁବ ଚାଷୀ ଙ୍କୁ ନେଇ ସାତ ଦିିନିଆ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ । ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ କରି ଚାଷୀର ଖର୍ଚ୍ଚ କମ କରିବା ଏହି ପ୍ରଶିକ୍ଷଣ ଶିବିର ର ମୁଖ୍ୟ ଲକ୍ଷ ଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଚାଷି ମାନଙ୍କୁ ୬ ଦିନ ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ , ଜୈବ ଖତସାର ପ୍ରସ୍ତୁତି, ଅନ୍ତ ଫସଲ, ଯନ୍ତା ଫସଲ ଚାଷ, ରୋଗ ଓ ପୋକ ଚିହ୍ନଟ ଏଵଂ ତାର ପରିଚାଳନା ଆଦି ବିଷୟରେ ବିସ୍ମୃତ ଭାବରେ ଶିକ୍ଷା ଦେଇଥିଲେ । ଗୋଟିଏ ଦିନ ଚାଷିମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯାଇଥିଲା । ସେଠାରେ ସେମାନେ ଯନ୍ତା ଫସଲ ଚାଷ ସହ ଜୈବିକ ଉପାୟରେ କିପରି ରୋଗ ପୋକ ପରିଚାଳନା କରାଯାଇଛି ଦେଖିଥିଲେ ।
ଅନ୍ତିମ ଦିବସରେ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ବୈଜ୍ଞାନିକା ସୁସ୍ମିତା ମହାନ୍ତି ସମସ୍ତ ଯୁବ ଚାଷୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଚାଷୀ ମାନଙ୍କୁ ଜୈବିକ ଉପାୟରେ ରୋଗ ପୋକ ପରିଚାଳନା, ଜୈବିକ ଖତସାର ପ୍ରସ୍ତୁତି, ନିମାସ୍ତ୍ର, ଆଗ୍ନେୟାସ୍ତ୍ର, ଜିବାମୃତ, ବ୍ରହ୍ମାସ୍ତ୍ର, ହାଣ୍ଡି ଖତ ଆଦି ପ୍ରସ୍ତୁତି ସମ୍ବନ୍ଧୀୟ ପତ୍ରିକା ପ୍ରଦାନ କରାଯାଇଥିଲା । ଚାଷିମାନେ କମ୍ ଖର୍ଚ୍ଚରେ କିପରି ରୋଗ ପୋକ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ବନ୍ଧରେ ଶିକ୍ଷା ଗ୍ରହଣ କରି, ନିଜ କ୍ଷେତରେ ତାହା ପ୍ରୟୋଗ କରିବା ସହ ଗ୍ରାମର ଅନ୍ୟ ଚାଷିମାନଙ୍କୁ ମଧ୍ୟ ଏ ବିଷୟରେ ଵୁଝାଇଵୁ ବୋଲି କହିଥିଲେ । ତେବେ ସାତଦିନବ୍ୟାପି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ଯୁଵ ଚାଷୀ ମାନଙ୍କୁ କେତେ ସହାୟକ ହେବ ଦେଖିବାକୁ ବାକି ରହିଲା ।