32.9 C
Balāngīr
Sunday, April 20, 2025

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୭/୩) : ରାୟଗଡା ସଦର ବ୍ଳକ ସଦ୍ ଦ୍ଭାବନା ସଭାଗୃହରେ ଶୁକ୍ରବାର ଗ୍ରାମ୍ୟ ଜଳ ଓ ପରିମଳ କମିଟି ପରିଚାଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 07 at 17.43.10 ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଜିଲ୍ଲା ପରିଷଦ ରାୟଗଡା ସୌଜନ୍ୟରୁ ଆୟୋଜିତ ଏହି ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସହକାରୀ ଯନ୍ତ୍ରୀ ଦିପ୍ତୀ ବଟ୍ଲାଭଦ୍ରା, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ, ଜିଲ୍ଲା ପରିମଳ ସଂଯୋଜକ ଲକ୍ଷ୍ମୀ ନାରାୟଣ ଦୋରା ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବ୍ଳକ ଅଞ୍ଚଳରେ ଜଳକଷ୍ଟ ଦୂରୀକରଣ ନିମନ୍ତେ ନଳକୂପ,ସୌରଚାଳିତ ଜଳଯୋଗାଣ, ମେଗା ଜଳଯୋଗାଣ ପ୍ରକଳ୍ପ ଆଦିର ପରିଚାଳନା ନିମନ୍ତେ ଗ୍ରାମ୍ଯ କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଷୁଦ୍ଧ ଓ ନିରାପଦ ଜଳ ଏବଂ ଦୂଷିତ ଜଳର ଚିହ୍ନଟ ପ୍ରକ୍ରିୟା, ଦୁଷିତ ଉତ୍ସର ପରିଚାଳନା ଆଦି କୌଶଳ ବିଷୟରେ ଆଲୋଚନା ହୋଇଥିଲା । ଜଳଉତ୍ସର ପରିମଳ ବଜାୟ ରଖିବା ନିମନ୍ତେ ବ୍ୟବସ୍ଥାର ଆବଶ୍ୟକତା ରହିଛି ।WhatsApp Image 2025 03 07 at 17.43.11 ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ପ୍ରତି ଗ୍ରାମରେ ଜଳଉତ୍ସର ଆବଶ୍ୟକତା, ଥିବା ଉତ୍ସ ଗୁଡିକର ଉତ୍ତମ ପରିଚାଳନା, ଜଳର ମାନ ପରୀକ୍ଷା, ଏଚ ଟୁ ଏଚ କିଟ୍ ର ବ୍ୟବହାର, ଯନ୍ତ୍ରାଂଶର ମରାମତି ଆଦି କ୍ଷେତ୍ରରେ ଗ୍ରାମ୍ଯ ଜଳ ଓ ପରିମଳ କମିଟିର ଭୂମିକା ବିଷୟରେ ଆଲୋଚିତ ହୋଇଥିଲା । ବିଷୁଦ୍ଧ ଜଳ ଅଭାବରେ ବିଭିନ୍ନ ଜଳବାହିତ ରୋଗ ଦାଉରୁ ପରିବାର ଓ ଗ୍ରାମବାସୀଙ୍କୁ ରକ୍ଷାକରିବାରେ କମିଟିର ସଦସ୍ଯଙ୍କ କାର୍ଯ୍ଯ ବିଷୟରେ ଅବଗତ କରାଯାଇଥିଲା । ଅନବରତ ଉତ୍ସ ଚାରିପାଖ ଓ ପାଇପ ଗୁଡିକର ଯାଞ୍ଚ କରିବା ଫଳରେ ଦୂଷିତ ପାଣି ନଳ ମଧ୍ୟକୁ ପ୍ରବେଶ କରିନଥାଏ । ଶୌଚାଳୟର ବ୍ୟବହାର ଦ୍ବାରା ଗ୍ରାମର ପରିମଳ ସ୍ବଚ୍ଛ ହୋଇଥାଏ। ସେହିପରି ବାହ୍ଯ ମଳମୁକ୍ତ ଗ୍ରାମ ସ୍ଥାପନାରେ ନିୟମିତ ଏହି କମିଟି ବୈଠକର ଆବଶ୍ୟକତା ରହିଛି ବୋଲି ଅଂଶଗ୍ରହଣକାରୀ ପ୍ରକାଶ କରିଥିଲେ।

ଏଥିରେ ନିର୍ବାହୀ ଅଧିକାରୀ, ଏମ ବି କେ, ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ ତଥା ଜଳ ଓ ପରିମଳ ବିଭାଗ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ଆଗାମୀ ଗ୍ରୀଷ୍ମ ଋତୁରେ ଜଳକଷ୍ଟର ମୁକାବିଲା ନିମେନ୍ତ ଗ୍ରାମ ପଞ୍ଚାୟତ ତରଫରୁ ଜଳଛତ୍ରମାନ ଖୋଲାଯିବା ସହ ଜଳକଷ୍ଟ ଗ୍ରାମର ଚିହ୍ନଟ ଓ ବିହିତ ପଦକ୍ଷେପ ନିମନ୍ତେ ସମସ୍ତ ବିଡିଓ ଓ ଗ୍ରାମ ପଞ୍ଚାୟତ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...