32.9 C
Balāngīr
Wednesday, April 30, 2025

ଗ୍ରୀନ ଏନାଲାଇଜର ମେସିନ ବିରୋଧ ରେ ଆରଏମସି ରେ ବୈଠକ କଲେ ଚାଷୀ ସଂଗଠନ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଧୃବରାଜ ମିଶ୍ର //
ସୁବର୍ଣ୍ଣପୁର (୧୭/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆରଏମସି ଠାରେ ଗତ କାଲି ଏନାଲାଇଜର ମେସିନ ବିରୋଧ ରେ ଚାଷୀ ମାନେ ଏକତ୍ରିତ ହୋଇ ବୈଠକ କରିବା ସହିତ ଏନାଲାଇଜର ମେସିନ ରେ ଧାନକିଣା ବନ୍ଦ କରାଯାଉ ବୋଲି ନାରାବାଜୀ ଦେଇଥିଲେ । ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଗଠନ ର ସଭାପତି ଅଜିତ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବିନିକା ଅଞ୍ଚଳର ସମସ୍ତ ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ ।b368ca30 8175 4dc5 9fbb da173f442074 ଗ୍ରୀନ ଏନାଲାଇଜର ମେସିନ ବିରୋଧ ରେ ଆରଏମସି ରେ ବୈଠକ କଲେ ଚାଷୀ ସଂଗଠନ

ସରକାର ଙ୍କ ଦ୍ୱାରା ପ୍ରଦତ୍ତ ଗ୍ରୀନ ଏନାଲାଇଜର ମେସିନ ରେ ଧାନ ର ମାନ ନିର୍ଧାରଣ କଲାପରେ ପ୍ରାୟ ସମସ୍ତ ଧାନ ଏଫ.ଏ. କ୍ୟୁ ର ମାନ୍ୟତା ମିଳୁନି, ଚାଷୀମାନେ ଭୟରେ ଟୋକାନ ଥିବା ସ୍ୱତେ ମଣ୍ଡିକୁ ଧାନ ଆଣିବାକୁ ଭୟ କରୁଛନ୍ତି,ଅଦ୍ୟାବଧି ବିନିକା ବ୍ଲକ ର ସମସ୍ତ ମଣ୍ଡିରେ ଅଚଲାବସ୍ଥା ଜାରି ଅଛି ଯାହା ବିଡମ୍ବନା ର ବିଷୟ,ଏଥିଯୋଗୁଁ ଚାଷୀ ମାନସିକ ଚାପ ରେ ଥିବା ସହିତ ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେବାକୁ ବସିଲେଣି ବୋଲି ଜିଲ୍ଲାପାଳ ଅନ୍ୟା ଦାଶ ଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଗତ କାଲି ବିନିକା ବ୍ଲକ ଜନଶୁଣାଣୀ ଶିବିର ରେ ଜିଲ୍ଲାପାଳ ଉପସ୍ଥିତ ଥିବାରୁ ଶ୍ରୀ ଗଣେଶ କୃଷକ ସଂଗଠନ ର କେତେକ କର୍ମକର୍ତ୍ତା ଯାଇ ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ସମ୍ପର୍କ ରେ ଜଣାଇବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତୁରନ୍ତ ଏନାଲାଇଜର ମେସିନ ପରୀକ୍ଷା କରିବାକୁ ବିନିକା ତହସିଲଦାର ସୀତାରାମ ଭୋଇ ଙ୍କୁ ମଣ୍ଡିକୁ ପଠାଇଥିଲେ |

ତହସିଲଦାର ଏବଂ ଚାଷୀ ମାନଙ୍କ ଉପସ୍ଥିତିରେ ଏନାଲାଇଜର ମେସିନ ରେ ୨ ପ୍ରକାର ଧାନ ମାନ ଯାଞ୍ଚ କରାଯାଇଥିଲା । ହେଲେ ମେସିନ ରେ ଉଭୟ ଧାନ ର ମାନ FAQ ବାହାରି ନ ଥିଲା । ପରେ ଉକ୍ତ ରିପୋର୍ଟ କୁ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଥିଲା | ଏନାଲାଇଜର ମେସିନ ଧାନ ଚିହ୍ନିବାରେ ଅସମର୍ଥ ହେଉଛି ତେଣୁ ପୁରୁଣା ଗ୍ରେଡେସନ ମେସିନ ରେ ପରୀକ୍ଷା ହୋଇ ଧାନ କିଣାଯାଉ ବୋଲି ଚାଷୀ ମାନେ ଜିଲ୍ଲାପାଳ ଙ୍କୁ ଦାବି କରିଥିଲେ । ଜିଲ୍ଲାପାଳ ଦିନେ ଦୁଇ ଦିନ ଭିତରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ଯଦି ଏହାର କୌଣସି ସମାଧାନ ନହେଳେ ଚାଷୀମାନେ ତ ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନି ଦେଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...