32.9 C
Balāngīr
Wednesday, April 23, 2025

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ, ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ ଯାଏଁ କାମ ବନ୍ଦ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁୁବନେଶ୍ୱର, (୦୪/୦୩) : ମାଡି ଆସିଲାଣି ଖରା । ଏବେଠୁ ଦେଖିବାକୁ ମିଳିଲାନି ଗ୍ରୀଷ୍ମର ପ୍ରଭାବ । ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରହିବ ।ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବ । କେଉଁ କେଉଁ ସ୍ଥାନରେ ଏହି ପାନୀୟ ଜଳ ସେବା କେନ୍ଦ୍ରମାନ ଖୋଲାଯିବ ତାହା ଜୋନାଲ କମିଶନରମାନେ ଚିହ୍ନଟ କରିବେ । ବିଏମସି ମୁଖ୍ୟାଳୟସ୍ଥିତ ଦ୍ୱିତୀୟ ମହଲାରେ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ୧୯୨୯ ଫୋନ୍ ନମ୍ବର ଜାରି କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟର ଶିକ୍ଷାଦାନ ସମୟ ପରିବର୍ତ୍ତନ କରିବା ସହ ଛାତ୍ରଛାତ୍ରୀମାନେ ଯେପରି ଜୋତା ପିନ୍ଧି ସାଙ୍ଗରେ ପାଣି ବୋତଲ, ଛତା ଆଦି ଆଣିବେ, ସେଥିପାଇଁ ସଚେତନ କରାଇବାକୁ କୁହାଯାଇଛି।

ସେହିପରି ପ୍ରତ୍ୟେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମସ୍ତ ବିଦ୍ୟାଳୟ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା, ଓଆରଏସ୍, ଏବଂ ଆବଶ୍ୟକ ମେଡିସିନ ମହଜୁଦ୍ ରହିଛି ବୋଲି ସିଡିପିଓ ଓ ବିଇଓମାନେ ସୁନିଶ୍ଚିତ କରିବେ।ପ୍ରତ୍ୟେକ ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଓଆରଏସ୍ ପହଞ୍ଚିଛି କି ନାହିଁ, ତାହା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ତଦାରଖ କରିବେ । ସର୍ବୋପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ ବିଦ୍ୟାଳୟ ପ୍ରଶାସନ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି।

ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ କାମ ବନ୍ଦ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟବସ୍ଥା କରିବେ। ସେହିପରି ବିଏମସି ସିଟି ଇଂଜିନିୟର ଏବଂ ସମସ୍ତ କାର‌୍ୟ୍ୟନିର୍ବାହୀ ଯନ୍ତ୍ରୀ ଏହି ସମୟ ମଧ୍ୟରେ କାର‌୍ୟ୍ୟ ବନ୍ଦ ରଖିବେ। କାମ ହେଉଥିବା ସ୍ଥାନରେ ପାନୀୟ ଜଳ ଓ ଛାଇ ପାଇଁ ଛାମୁଣ୍ଡିଆ କରିବେ। କାମ କରୁଥିବା ସମସ୍ତ ଏଜେନ୍ସି ଯଥା ଆରଆଣ୍ଡବି, ଆରଡି ମଧ୍ୟ ଶ୍ରମିକମାନଙ୍କୁ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ ପର‌୍ୟ୍ୟନ୍ତ କାମ ନ କରିବା ପାଇଁ ବ୍ୟବସ୍ଥା କରିବେ। କାର‌୍ୟ୍ୟ ସ୍ଥଳରେ ଧୂଳି ନ ହେବାପାଇଁ ଜଳ ଛିଞ୍ଚିବାକୁ ସମ୍ପୃକ୍ତ କାର‌୍ୟ୍ୟାଳୟ/ କଣ୍ଟ୍ରାକ୍ଟର ଦାୟିତ୍ଵ ନେବେ ।

ଶ୍ରମ ବିଭାଗ ଓ ଇଏସ୍ଆଇ ପକ୍ଷରୁ ଜାରି ନୋଟିସକୁ ସବୁ ଲାଇନ ଡିପାର୍ଟମେଣ୍ଟ ଯଥା-ଡିଏଲ୍ଓ, ସିଟି ଇଂଜିନିୟର, ଏସଇ, ଟିପିସିଓଡିଏଲ୍, ଏସ୍ଇ, ଆର ଆଣ୍ଡ ବି, ଆର୍ ଡି ଆଦି ବିଭାଗ କଡାକଡି ପାଳନ କରିବା ପାଇଁ କୁହାଯାଇଛି । ଘର ନଥିବା ଲୋକମାନେ ଦିନ ବେଳା ସର୍ବସାଧାରଣ ଗୃହ, କମ୍ୟୁନିଟ୍ ହଲ୍, ଅର୍ବାନ ସେଲଟର ଆଦିରେ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯିବ । ଏଥିରେ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିବ ଏବଂ ପାନୀୟ ଜଳ ଓ ଓଆରଏସ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।

ବିଏମସି ଅଂଚଳରେ ଥିବା ୭ଟି ଆଶ୍ରୟସ୍ଥଳିରେ ପ୍ରାୟ ୩୫୬ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଯେପରି ବିଦ୍ୟୁତ୍ କାଟ୍ ନ ହୁଏ, ସେଥିପ୍ରତି ଟିପିସିଓଡିଏଲ୍ ସୁପରିଟେଣ୍ଡିଂ ଇଂଜିନିୟର ବିହିତ ବ୍ୟବସ୍ଥା କରିବାକୁ କୁହାଯାଇଛି । ମୁଖ୍ୟତଃ ଡାକ୍ତରଖାନା, ପାନୀୟ ଜଳ ଯୋଗାଣ କାର‌୍ୟ୍ୟାଳୟ ଆଦି ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ପଦକ୍ଷେପ ନେବେ ।

ଘର ତିଆରି ଏବଂ ଅନ୍ୟାନ୍ୟ ନିର୍ମାଣ ଇତ୍ୟାଦିରେ ଯେପରି ପାନୀୟ ଜଳର ଉପଯୋଗ ନ ହୁଏ ତାହାକୁ ନଜର ଦେଲେ ଗ୍ରୀଷ୍ମ କାଳରେ ଜଳ ପରିଚାଳନାରେ ସହାୟକ ହେବ ବୋଲି କହିଛନ୍ତି କମିଶନର। ଯଦି କୌଣସିଠାରେ ସନଷ୍ଟ୍ରୋକରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲା କିମ୍ବା କୌଣସି ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଲା, ତେବେ ସରକାରୀ ନିୟମ ଅନୁଯାୟୀ ତୁରନ୍ତ ପଦଷେପ ନିଆଯିବ ।

ସମସ୍ତ ଡାକ୍ତରଖାନାରେ ସନଷ୍ଟ୍ରୋକରେ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍ ଓ ବେଡ୍, ଆବଶ୍ୟକ ମେଡିସିନ, ଓଆରଏସ୍ ଆଦି ମହଜୁଦ୍ ରଖିବା ପାଇଁ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରମୁଖ କାର‌୍ୟ୍ୟ ହେଉଛି ଜନ ସଚେତନତା ସୃଷ୍ଟି କରିବା । ସନ୍ ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପ୍ରଚାର ପ୍ରସାର, ପୋଷ୍ଟର, ବ୍ୟାନର ଆଦିର ସହାୟତା ନିଆଯିବାକୁ କୁହାଯାଇଛି । ସ୍ମାର୍ଟ ସିଟି ଡିସପ୍ଲେ ବୋର୍ଡରେ ମଧ୍ୟ ଏ ସଂପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରାଯିବ। ପ୍ରଚାର ପତ୍ର ବଣ୍ଟନ କରିବାକୁ କୁହାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...