ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୩/୧୨) : ମହାନଦୀ ର ସାତକୋଶିଆ ଗଣ୍ଡ ରେ ଘଡ଼ିଆଳ କୁମ୍ଭୀର ବଂଶ ବୃଦ୍ଧି ଯୋଜନା କୁ ପୁଣି ଜୋରଦାର କରିଛି ବନବିଭାଗ ।
ଘଡ଼ିଆଳ କୁମ୍ଭୀର ବଂଶ ବୃଦ୍ଧି କରିବା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରୁ ଅଣାଯାଇଥିବା ୪ ଟି ଘଡ଼ିଆଳ କୁମ୍ଭୀର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁସଙ୍ଗ ବନାଞ୍ଚଳ ମହାନଦୀ ର ସୁନାଖଣିଆ ଠାରେ ଗଭୀର ଜଳରେ କୁମ୍ଭୀର ମାନଙ୍କୁ ଛଡା ଯାଇଛି । ୪ ଟି ଘଡ଼ିଆଳ କୁ ନନ୍ଦନକାନନ ରୁ ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ଜିପିଏସ ଟ୍ରାନ୍ସମିଟର ଖଞ୍ଜା ଯାଇଥିଲା ଏହା ଦ୍ଵାରା ମହାନଦୀ ରେ ସେମାନଙ୍କ ଗତିବିଧି ନିରୀକ୍ଷଣ କରାଯାଇ ପାରିବ ।
ନୟାଗଡ ମହାନଦୀ ଡି.ଏଫ.ଓ ସମୀର କୁମାର ଶତପଥି, ଆଠଗଡ଼ ବନଖଣ୍ଡ ଅଧିକାରୀ ଯାଦବ ସୁଦର୍ଶନ ଗୋପୀନାଥ,ଅନୁଗୁଳ ଏ.ସି.ଫ ଅକ୍ଷୟ ପଟନାୟକ, ସାତୋକୋଶିଆ ଡି.ଏଫ.ଓ ପି. ରାମାସ୍ୱାମୀ, କୁସଙ୍ଗ ରେଞ୍ଜ ଅଧିକାରୀ ସଂସାର ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାଇ ଆଜି ସାତକୋଶିଆ ରେ ଛଡା ଯାଇଥିବା କୁମ୍ଭୀର ମହାନଦୀ ର ଚଳ ପ୍ରଚଳ କରୁଛନ୍ତି ସେ ଅଞ୍ଚଳକୁ ‘ନେଫସି’ ଜୋନ ଘୋଷଣା କରାଯାଇଛି । ଫଳରେ ୧୦ କିଲୋମିଟର ଅଞ୍ଚଳକୁ ମାଛମରା ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ନୟାଗଡ ଡି. ଏଫ.ଓ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ନନ୍ଦନକାନନ ରୁ ଆସିଥିବା ପ୍ରାଣୀ ଚିକିତ୍ସାକ ଓ ବିଶେଷଜ୍ଞ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଗତ ଜାନୁଆରୀ ମାସ ରେ ୫ ଟି ଘଡ଼ିଆଳ ଛଡା ଯାଇଥିବା ବେଳେ ଆଜି ପୁଣି ୪ ଟି ଘଡ଼ିଆଳ ସାତୋକୋଶିଆ ରେ ଛଡା ଯାଇଛି । ମହାନଦୀ ରେ ଏମାନଙ୍କ ଗତିବିଧି ଉପରେ ବିଭାଗ ପକ୍ଷରୁ ନଜର ରଖା ଯାଇଅଛି ।