ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୩/୦୫) : ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ଓଲଟି ପଡ଼ିଥିଲା ଅଟୋ। ଯାହାଫଳରେ ୧୦ ଆହତ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବଣାଇ ନିର୍ବାଚନମଣ୍ଡଳୀର ସିପିଆଇଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏଥିରେ ସାମିଲ୍ ହେବା ପାଇଁ କେ.ବଲାଙ୍ଗ ଥାନା ଅଞ୍ଚଳରୁ ୧୦ରୁ ଅଧିକ ଲୋକ ଏକ ଅଟୋରେ ଆସିଥିଲେ । ନାମାଙ୍କନପତ୍ର ଦାଖଲ ପରେ ସେମାନେ ଅପରାହ୍ନରେ ଘରକୁ ଫେରୁଥିଲେ । ତେବେ ଲହୁଣୀପଡ଼ା ଥାନା ଗୁଡ଼ିଆଳି ଗାଁ ନିକଟରେ ଅଟୋଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।