ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୦/୦୪) : କଟକ ଦୋଳମୁଣ୍ଡାଇ ଗୋଲେଇ ଛକ ନିକଟରେ ଗତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଜଣେ ଲୋକଙ୍କ ଉପରେ ଚଢ଼ିଗଲା ।
ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକ ହେଲେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲି। ସେ ଟେଲର କାମ କରୁଥିଲେ ବୋଲି ସୂଚନା ମିଳିଛି । ଗତ ରାତିରେ ପ୍ରଶାନ୍ତ ଘରକୁ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଗୁରୁତର ପ୍ରମୋଦଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାଦାମବାଡ଼ି ଗୋଲେଇ ଛକରୁ ଏକ ଟ୍ରକ ଔଷଧ ବୋଝେଇ କରି ରାଣୀହାଟ ଆଡକୁ ଅନଲୋଡିଂ ପାଇଁ ଯାଉଥିଲା । ଏହି ସମୟରେ ଟ୍ରକଟି ପ୍ରଶାନ୍ତ ମୁଦୁଲିଙ୍କୁ ପଛପଟୁ ଧକ୍କା ଦେଇଥିଲା । ମୃତକଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ସଦର ତହସିଲଦାର ଓ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।