ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାସୁଦେବପୁର, (୨୭/୦୨) : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନାୟକାଣିଡ଼ିହି ଗାଁ’ରେ ଅଘଟଣ । ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ସୁନା, ରୂପା ଅଳଙ୍କାର ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କରଞ୍ଜ ଆଡିଆ ଗାଁ’ର କମଳାକାନ୍ତ ସାହୁ ଙ୍କ ପରିବାର ଲୋକେ ଜାଗର ଯାତ୍ରା ଦେଖିବାକୁ ଯାଇଥିଲେ। କମଳାକାନ୍ତ ଏକାକୀ ଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଘର କବାଟ ଭାଙ୍ଗି ମହିଳାଙ୍କ ମୁଣ୍ଡ ଏବଂ ହାତକୁ ହାଣି ସୁନା ଅଳଙ୍କାର ଲୁଟି ନେଇଥିଲେ। ଏପରିକି ବିରୋଧ କରିବାରୁ କମଳାକାନ୍ତଙ୍କ ବୋହୁଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଗାଁର ରବିନ୍ଦ୍ର ମହାନ୍ତିଙ୍କ ଘରୁ ମଧ୍ୟ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ତେବେ ବାରମ୍ବାର ଗାଁ’ରେ ଏଭଳି ଅଘଟଣ ସାମ୍ନାକୁ ଆସୁଥିବାବେଳେ ପୁଲିସ୍ ର ନିଷ୍କ୍ରିୟତାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।