32.9 C
Balāngīr
Thursday, July 10, 2025

ଘରୋଇ କଳହରୁ ବାପାକୁ ହତ୍ୟା କଲା ପୁଅ, ଦୁଇ ଦିନ ପରେ ମୃତଦେହ ଉଦ୍ଧାର କଲା ପୋଲିସ

Must read

କୁଚିଣ୍ଡା, (୦୨/୦୭) : ଆପ୍ର. : ଘରୋଇ କଳହରୁ ବାପାକୁ ହତ୍ୟାକଲା ପୁଅ । ଜମନକିରା ବ୍ଲକ ସାନଲଙ୍ଗାବାହାଲ ଗାଁ’ରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ ।

ବାପା ପୋନିକା ମୁଣ୍ଡାଙ୍କୁ ମାରି ଦୁଇଦିନ ହେବ ପୁଅ ସଂଜୀବ ମୁଣ୍ଡା ଚୁପଚାପ ବୁଲୁଥିଲା । ପୋନିକାଙ୍କୁ ଦୁଇଦିନ ହେଲା ଗାଁର କେହି ଦେଖୁ ନଥିଲେ । ପୁଅ ସଂଜୀବକୁ ବାପାଙ୍କ କଥା ପଚାରିଲେ ସେ ଶୋଇଛନ୍ତି ବୋଲି ଉତ୍ତର ଦେଉଥିଲା ପୁଅ । ହେଲେ ଗାଁର କିଛି ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଘର ଭିତରକୁ ଯାଇ ଦେଖିଲେ ପୋନିକାଙ୍କ ମୃତଦେହ ପଡିଛି । ତୁରନ୍ତ ଗ୍ରାମବାସୀ ୱାର୍ଡମେମ୍ବର ଙ୍କ ସହାୟତା ରେ ଜମନକିରା ଥାନା ରେ ଜଣାଇଥିଲେ ।

ଜମନକିରା ଆଇଆଇସି ପଦ୍ମାଳୟା ସାହୁ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୋଲିସ ସଂଜୀବ କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଦୁଇଦିନ ପୂର୍ବରୁ କୋଡ଼ି ଭେଣ୍ଟରେ ବାପାଙ୍କୁ ପିଟି ପିଟି ପୁଅ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...