32.9 C
Balāngīr
Wednesday, April 23, 2025

ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଲିଛି ସର୍ଭେ: ଯୋଗ୍ୟ ହିତାଧିକାରୀ ଖୋଜିବା ଲକ୍ଷ୍ୟ

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୮/୦୨) : ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।WhatsApp Image 2025 02 07 at 17.59.45 ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଲିଛି ସର୍ଭେ: ଯୋଗ୍ୟ ହିତାଧିକାରୀ ଖୋଜିବା ଲକ୍ଷ୍ୟ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ୧୨ ଗୋଟି ପଞ୍ଚାୟତରେ ଘର ଘର ବୁଲି ପୂର୍ବବର୍ଷ ଗୁଡିକରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସର୍ଭେ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଅଛି । ବ୍ଲକରେ ସମୁଦାୟ ୨୩ ଜଣ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଥମଥର ପାଇଁ ହିତାଧୀକାରୀ ନିଜେ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ନିଜର ସର୍ଭେ କରିବା ବ୍ୟବସ୍ଥା ରହିଥିବାବେଳେ ପ୍ରଶାସନ ତରଫରୁ ମଧ୍ୟ ସ୍ବତନ୍ତ୍ର ଟିମ ଏହି ଆବାସ ସର୍ଭେରେ ପକ୍କା ଘର ନ ଥିବା ଲୋକଙ୍କୁ ଭେଟି ଆବେଦନ ତାଲିକା ଭୂକ୍ତ କରାଉଛନ୍ତି ।WhatsApp Image 2025 02 07 at 17.59.46 ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଲିଛି ସର୍ଭେ: ଯୋଗ୍ୟ ହିତାଧିକାରୀ ଖୋଜିବା ଲକ୍ଷ୍ୟ

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୮୫ ପରିବାରଙ୍କୁ ଭେଟି ସର୍ଭେ କରାଯାଇଛି । ପ୍ରତ୍ୟେକ ଯୋଗ୍ୟ ପରିବାର ଯେପରି ବାଦ ନ ପଡନ୍ତି ତାକୁ ଦୃଷ୍ଟିରେ ରଖି ସବୁ ଗାଁ ଗାଁ ବୁଲି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ରାଇକିଆ ବ୍ଲକ ରୁରାଲ ହାଉସିଂ ବିପିଏମ କମଲ ନାୟକ କହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...