32.9 C
Balāngīr
Tuesday, July 15, 2025

ଘାଣ୍ଟି ହେଉଛନ୍ତି ମଧ୍ୟବିତ୍ତ ପରିବାର ! ଘର କିଣିବାରେ ଲାଗିଛନ୍ତି ଧନୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୧) : ଦେଶରେ ମଧ୍ୟବିତ୍ତ ପରିବାର ଦରବୃଦ୍ଧି ଯୋଗୁଁ ଅନେକ ହଇରାଣ ହରକତ ହେଉଥିବା ସମୟରେ ଧନୀ ଲୋକମାନେ ଲଗାତର ବିଳାପୂର୍ଣ୍ଣ ଘର କିଣିବାରେ ଲାଗିପଡିଛନ୍ତି ।

ଘାଣ୍ଟି ହେଉଛନ୍ତି ମଧ୍ୟବିତ୍ତ ପରିବାର ! ଘର କିଣିବାରେ ଲାଗିଛନ୍ତି ଧନୀ । ଗତ ୫ ବର୍ଷରେ କରୋନା ମହାମାରୀ ପରଠୁ ମଧ୍ୟବିତ୍ତ ପରିବାର ଉପରେ ଅନେକ ଚାପ ପଡିଛି । ଘରୋଇ ବଜେଟ୍ ପ୍ରଭାବିତ ହୋଇଛି । ଏହା ସତ୍ତ୍ବେ ବିଳାସପୂର୍ଣ୍ଣ ଘର ଅର୍ଥାତ୍ ୩ କୋଟି ଟଙ୍କାରୁ ଅଧିକ ଦାମର ଘର ବିକ୍ରିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । କୋଭିଡ୍ ୧୯ ପରଠୁ ଲକ୍ସରୀ ଓ ଅଲ୍ଟ୍ରା-ଲକ୍ସରୀ ସମ୍ପତ୍ତିର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୩ରେ ବିଳାସପୂର୍ଣ୍ଣ ଘରର ବିକ୍ରିରେ ରେକର୍ଡ ପରେ ଏବେ ୨୦୨୪ରେ ନୂଆ ରେକର୍ଡ ଦେଖିବାକୁ ମିଳିଛି ।

ରିୟଲ ଏଷ୍ଟେଟ୍ ସର୍ଭିସ୍ ଓ ଇନଭେଷ୍ଟମେଣ୍ଟ ଫର୍ମ CBRE ର ରିପୋର୍ଟ ଅନୁସାରେ ୨୦୨୪ରେ ବିଳାସପୂର୍ଣ୍ଣ ହାଉସିଂ କ୍ଷେତ୍ରରେ (୪ କୋଟି ଟଙ୍କା ବା ତଦୁର୍ଦ୍ଧ ମୂଲ୍ୟ ବିଶିଷ୍ଟ ଘର) ବିକ୍ରିରେ ୫୩ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଛି । ୨୦୨୩ରେ ସାରା ଦେଶରେ ୧୨,୯୦୦ ଘର ବିକ୍ରି ହୋଇଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୯,୭୦୦ ରେ ପହଞ୍ଚିଛି ।

ଦେଶର ରାଜଧାନୀ ଦିଲ୍ଲୀରେ ବିଳାସପୂର୍ଣ୍ଣ ଘର କ୍ରୟ କରିବାର ଅଧିକ କ୍ରେଜ୍ ରହିଛି । ୨୦୨୪ରେ ଦିଲ୍ଲୀରେ ସମୁଦାୟ ୧୦,୫୦୦ ଲକ୍ସରୀ ୟୁନିଟ୍ସ ବିକ୍ରି ହୋଇଛି ଯାହା ୨୦୨୩ର ୫,୫୨୫ ୟୁନିଟ୍ସ ତୁଳନାରେ ୯୦ ପ୍ରତିଶତ ଅଧିକ । ତେବେ କେବଳ ବିଳାସପୂର୍ଣ୍ଣ ଘର ନୁହେଁ ବରଂ, ଅଲ୍ଟ୍ରା ଲକ୍ସରୀ ଘର (୪୦ କୋଟିରୁ ଅଧିକ ଦାମ୍ ବିଶିଷ୍ଟ ଘର) ର ବିକ୍ରି ମଧ୍ୟ ବଢିଛି । ୨୦୨୪ରେ ୫୯ ଅଲ୍ଟ୍ରା-ଲକ୍ସରୀ ଘର ବିକ୍ରି ହୋଇଛି ଯାହାର ସମୁଦାୟ ଦାମ୍ ୪୭୫୪ କୋଟି ଟଙ୍କା । ୨୦୨୩ରେ ଘର ସଂଖ୍ୟା ୫୮ ଥିଲା ଏବଂ ସମୁଦାୟ ୪୦୬୩ କୋଟି ଟଙ୍କାର କିଣାବିକା ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...