ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୧୨) : ଚଇତି କ୍ରୀଡା ପୁରସ୍କାର ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି ଅଧିକାଂଶ ଖେଳାଳି। ଆଜି ରାୟଗଡ଼ ଓଟନମସ୍ କଲେଜରେ ହେଉଥିବା ଚଇତି୨୦୨୪ କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଖେଳାଳି ମାନଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।
କଲେଜ ସ୍ତରରେ ସଫଳ ହେଇଥିବା ଖେଳାଳି ମାନଙ୍କ ସହ ଜିଲ୍ଲା ସ୍ତରୀୟ ଖେଳାଳି ମାନଙ୍କୁ ଗୋଟିଏ ସ୍ଥାନରେ ପୁରସ୍କୃତ କରିବା ନାପସନ୍ଦ କରିଛନ୍ତି ଜିଲ୍ଲା ସ୍ତରୀୟ ଖେଳାଳି। ଖେଳାଳି ମାନେ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୭ତାରିଖ ଚଇତି କ୍ରୀଡା କମିଟି ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି କରା ଯାଇଥିଲା । ଚଇତି କ୍ରୀଡା କମିଟି ଗଠନ କରିବା ପରେ ମଧ୍ୟ କୌଣସି ପ୍ରକାର କ୍ରୀଡା ଓ ବୈଠକ ଏବଂ ପୁରସ୍କାର ବିତରଣ ସୁଚନା ସେମାନଙ୍କୁ ଦିଆ ଯାଇନାହିଁ । ସମୟ ଅଭାବ କାରଣରୁ ପ୍ରତିଯୋଗିତା ଗୁଡ଼ିକରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ଅଟନମସ କଲେଜ ପରିସରରେ ଦେଇ ଦିଆ ଯାଉ । ଯେଉଁ ପୁରସ୍କାର ଗୁଡିକ ରାୟଗଡ଼ ଚଇତି ନାମକୁ ସମ୍ବନ୍ଧିତ ସେହି ପୁରସ୍କାର ଗୁଡିକ ଚଇତି ମଞ୍ଚରେ ପ୍ରଦାନ କରାଯାଉ ।
ଯଥା ଚଇତି ଶ୍ରୀ ଷ୍ଟ୍ରଙ୍ଗ ମ୍ୟାନ୍ ଅଫ୍ ଚଇତି, ଷ୍ଟ୍ରଙ୍ଗ ଉମ୍ୟାନ ଅଫ୍ ଚଇତି, ବେଷ୍ଟ ପାୱାର ଲିଫ୍ଟର ଅଫ୍ ଚଇତି ଏହିସବୁ ପୁରସ୍କାର ଗୁଡିକ ଚଇତି ମଞ୍ଚ ଉପରେ ପ୍ରଦାନ କରାଯାଉ । ଯାହାଦ୍ବାରା ୧୧ଗୋଟି ବ୍ଲକରୁ ବିଜେତା ହୋଇଥିବା ଏହିସବୁ ସମ୍ମାନର ଯୋଗ୍ୟ ଖେଳାଳୀ ରାୟଗଡ଼ ଜିଲ୍ଳାର ପବିତ୍ର ଓ ବଡ଼ ମଞ୍ଚ ଉପରେ ସମ୍ମାନିତ ହେବା ଦ୍ୱାରା ନିଜର ମନବଳ ଓ ସାହସ ବଢିବ। କିନ୍ତୁ, ଆଜିର ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ଛୋଟିଆ ଜାଗା ସାଙ୍ଗକୁ ଖେଳାଳୀ ମାନଙ୍କ ଭିଡ଼ ଅଧିକ ଥିଲା । ଅଧିକାଂଶ ବାହାରେ ଠିଆ ହୋଇ ନାମ ଡାକିଲେ ଯାଇ ଭିତରକୁ ପୁରସ୍କାର ଗ୍ରହଣ କରି ଆସୁଥିଲେ। ଏପରିକି ବାରମ୍ବାର ବିଦ୍ୟୁତ କାଟ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ନିମ୍ନ ମାନର ସିଲ୍ଡ ଖେଳାଳୀ ମାନଙ୍କୁ ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି କିଛି ଖେଳାଳୀ ପୁରସ୍କାର ଗ୍ରହଣ ନ କରି ମୁଖ୍ୟ ଅତିଥିଙ୍କୁ ଫେରାଇ ଦେଇଥିଲେ ବୋଲି କହିଛନ୍ତି ଉପସ୍ଥିତ ଖେଳାଳୀ ।
ରାୟଗଡ଼ ଜିଲ୍ଲାର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳୀ ମାନଙ୍କ ପ୍ରତି ହେଉଥିବା ଏହିଭଳି ଆଚରଣକୁ କ୍ରୀଡ଼ା ପ୍ରେମୀମାନେ ଦୃଢ଼ ନିନ୍ଦା କରିଛନ୍ତି। ରାୟଗଡ଼ ଜିଲ୍ଲାରେ କ୍ରୀଡା ପ୍ରତିଯୋଗିତା ଏଥିପାଇଁ ହେଉଚି ଯେ, ଜିଲ୍ଲାରେ ଥିବା ପ୍ରତିଭା ମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ ଅର୍ଜନ କରନ୍ତୁ। କିନ୍ତୁ, ରାୟଗଡ଼ରେ ଆରମ୍ଭରୁ ହିଁ ଖେଳ ଓ ଖେଳାଳୀ ମାନଙ୍କୁ ଗୁରୁତ୍ଵ ଦିଆ ଯାଉ ନ ଥିବା କହିଛନ୍ତି ଜିଲ୍ଲାରେ ଥିବା ବରିଷ୍ଠ ଖେଳାଳୀ। ଏପରିକି ଚଳିତ ବର୍ଷ ମହିଳା ମାନଙ୍କ ପାଇଁ ହେଉଥିବା ଝୋଟି ପ୍ରତିଯୋଗୀତା, ପିଠା ପ୍ରତିଯୋଗୀତା, ମେହେନ୍ଦି ପ୍ରତିଯୋଗୀତା କରା ଯାଇନାହିଁ। ଏଵଂ ସାମ୍ୱାଦିକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ହେଉଥିବା କ୍ରିକେଟ ଖେଳକୁ ମଧ୍ୟ ବାଦ୍ ଦିଆଯାଇଛି।