32.9 C
Balāngīr
Saturday, April 26, 2025

ଚଇତି ମଞ୍ଚ ପରିଚାଳନା, ସାଂସ୍କୃତିକ ଶୋଭାଯାତ୍ରା ଓ ଖାଦ୍ୟ ପ୍ରସ୍ତୁତି ଉପସମିତିର ପ୍ରସ୍ତୁତି ବୈଠକ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୧୧) : ରାୟଗଡା ଜିଲ୍ଲା ଲୋକମହୋତ୍ସବ ଚଇତି -୨୦୨୪ର ପରିବହନ, ମଞ୍ଚ ପରିଚାଳନା, ସାଂସ୍କୃତିକ ଶୋଭାଯାତ୍ରା ଓ ଖାଦ୍ୟ ପ୍ରସ୍ତୁତି କରଣ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2024 12 01 at 06.06.29 ଚଇତି ମଞ୍ଚ ପରିଚାଳନା, ସାଂସ୍କୃତିକ ଶୋଭାଯାତ୍ରା ଓ ଖାଦ୍ୟ ପ୍ରସ୍ତୁତି ଉପସମିତିର ପ୍ରସ୍ତୁତି ବୈଠକ

ମଞ୍ଚ ପରିଚାଳନା ଉପସମିତିର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଥିଲା ବୈଠକରେ, ଜିଲ୍ଲାସୂଚନl ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା l
ଏହି ବୈଠକରେ ଚଇତି -୨୦୨୪ରେ କିପରି ମଞ୍ଚ ପରିଚାଳନା କରାଯିବ, କେଉଁ ସମରେ କେତେ ସମୟ ବ୍ୟବଧାନରେ ନୃତ୍ୟ ପରିବେଷଣ କରାଯିବ, ଅତିଥି ମାନଙ୍କୁ କିପରି ସତ୍କାର କରାଯିବ, କାର୍ଯ୍ୟକ୍ରମ ସଂଯୋଜନା ପାଇଁ ସଂଯୋଜକ ମାନଙ୍କ ଉପସ୍ଥିତି ବୁଦ୍ଧି ଓ ବାକଚାତୁରୀ ସମ୍ପନ୍ନ ବ୍ୟକ୍ତିଙ୍କୁ ଚୟନ କରାଯିବ ସେ ନେଇ ଆଲୋଚନା ହୋଇଛି lWhatsApp Image 2024 12 01 at 06.06.29 ଚଇତି ମଞ୍ଚ ପରିଚାଳନା, ସାଂସ୍କୃତିକ ଶୋଭାଯାତ୍ରା ଓ ଖାଦ୍ୟ ପ୍ରସ୍ତୁତି ଉପସମିତିର ପ୍ରସ୍ତୁତି ବୈଠକ

ସେହିପରି ସ୍ଥାନୀୟ ପୌରପରିଷଦ ସମ୍ମିଳନୀ କକ୍ଷରେ ସାଂସ୍କୃତିକ ଶୋଭାଯାତ୍ରା ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ରାୟଗଡ କଲ୍ୟାଣୀ ସଂଘମିତ୍ରା ଦେବୀ,ପୌର ନିର୍ବାହୀ ଅଧିକାରୀ ରାୟାଗଡ଼ ଶ୍ରୀ ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସଦସ୍ୟ/ସଦସ୍ୟା ମାନେ ଯୋଗଦାନ କରି ଆଲୋଚନା କରିଥିଲେ l ଶୋଭାଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳା ସହକାରେ ଆୟୋଜନ କରାଯିବ ସେସମ୍ପର୍କରେ ଆଲୋଚନା କରାଯଇଥିଲା l ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରରୁ ପବିତ୍ର କଳସ ଅଣାଯିବା ସହିତ, ଶ୍ରଦ୍ଧା ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆସିବ ଓ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପନ କରାଯିବ।

ସେହିପରି ଅତିରକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଚଇତି ଖାଦ୍ୟ ପ୍ରସ୍ତୁତିକରଣ ଉପାସମିତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ, ସହକାରୀ ଯୋଗାଣ ଅଧିକାରୀ ସୁହାସ ଭୋଇ ପ୍ରମୁଖ ଗତବର୍ଷର ପ୍ରସିଦିଂଶ ନିଷ୍ପତ୍ତିକୁ ଉପରେ ଉପସ୍ଥାପନା କରିଥିଲେ l ଏଥିରେ ସହରର ବିଭିନ୍ନ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ନିଜ ନିଜର ମତାମତ ଦେଇଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...