ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ:-ତା. ୬/୧୨): ଚଇତି -୨୦୨୪ ଶୁଭାରମ୍ଭ କାର୍ଯ୍ୟକ୍ରମ ପଦ୍ମପୁର ବ୍ଲକର ମରିଚଗୁଡା ଅକ୍ଷରଧାମ ମନ୍ଦିରରୁ କରିବା ନିମନ୍ତେ ଚଇତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ନିଷ୍ପତ୍ତି ପ୍ରକାରେ ଆୟୋଜନ କାର୍ଯ୍ୟକ୍ରମ ଚାଲୁରହିଛି l
ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦ୍ଧେଶରେ ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଖୁଦ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ବ୍ଲକସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଧେଶକ ଜଳବିଭାଜିକା ମିଶନ ଡ଼ଃ ଦୟାନିଧି ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଗତ ୫-୧୨-୨୦୨୪ ତାରିଖରେ ଅନୁଧ୍ୟାନ କରିଥିଲେ l ଏଥିରେ ବିଡ଼ିଓ ଶିବ ପଟ୍ଟନାୟକ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ l ସେହିପରି ଆଜି ତା୬-୧୨-୨୦୨୪ ରିଖରେ ଡ଼ଃ ଦୟାନିଧି ବାଗ, ପିଡି ୱାଟରସେଡ, ରାୟଗଡ ପଦ୍ମପୁର ବ୍ଲକ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ l
ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ସହକାରୀ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ସିଡିପିଓ, ଶ୍ରୀମତୀ ଜଗଦୀଶ୍ଵରୀ ଆଲୂ, ମରିଚଗୁଡା ମନ୍ଦିର କମିଟିର ସଦସ୍ୟ ବୃନ୍ଦ, ପଦ୍ମପୁର ପୋଲିସ ଅଧିକାରୀ, ଜନ ପ୍ରତିନିଧି, ପଦ୍ମପୁର ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି ଆସନ୍ତା ଶୁଭlରମ୍ବ କାର୍ଯ୍ୟକ୍ରମ କିପରି କରାଯିବ, ଜନସାଧାରଣ ଅଧିକ ରୁ ଅଧିକ କେମିତି ସାମିଲ ହେବେ, କଳସ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ଟ୍ରାଫିକ ନିୟନ୍ତ୍ରଣ ଆଦି ଉପରେ ଆଲୋଚନା ହୋଇଥିଲା l ବ୍ଲକ ସଞ୍ଜଯୋକ ଡ଼ଃ ବାଗ ଏହି କାର୍ଯ୍ୟକ୍ରମରେ ସମସ୍ତ ଜନ ପ୍ରତିନିଧି, ବ୍ଲକ ବାସୀ ଦଳଗତ, ଜାତିଗତ, ଧର୍ମଗତ ନିର୍ବିଶେଷରେ ସାମିଲ ହେବାକୁ ଅନୁରୋଧ କରିଥିଲେ l