ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୨/୦୬) : ବ୍ଲକ ଅନ୍ତର୍ଗତ ବଡ଼ବର ଗାଁ’ର ରେ ଥିବା ଚକ୍ରପାଣି ଦୋରା ହାଇସ୍କୁଲର କିରାଣୀ ଡ଼ି ରାମା ରାଓ ଦୋରାଙ୍କ କାର୍ଯ୍ୟକାଳ ସରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବଟ କୃଷ୍ଣ ଦାଶଙ୍କ ସଂଯୋଜନାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l
ଏହିସଭାରେ ଅବସର ପ୍ରାପ୍ତ ଶିକ୍ଷକରବୀନ୍ଦ୍ରନାଥ ତ୍ରିପାଠୀଙ୍କ ସହ କାର୍ଯ୍ୟରତଶିକ୍ଷକ ବସନ୍ତ କୁମାର ସାହୁ,ଦୈତାରୀ ପଣ୍ଡା, ପ୍ରଦୀପ କୁମାରମହାପାତ୍ର, ଙ୍କ ସହିତ ଅନ୍ୟନ୍ୟକର୍ମଚାରୀ ଏବଂ ସମସ୍ତ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥିଲେ ଲ କିରାଣୀ ଦୋରା ଏହି ସ୍କୁଲ ରେ ଦୀର୍ଘ ୨୮ ବର୍ଷରୁ ଉର୍ଦ୍ଧ ସମୟ କାର୍ଯ୍ୟରତ ରହି ଗତ ତା ୩୧ /୦୫ /୨୪ ରିଖରେ ଅବସର ନେଇଛନ୍ତି l ତେଣୁ ତାଙ୍କରଏହି ସ୍କୁଲ ସମୟ ମଧ୍ୟରେ ସେ ସବୁକାର୍ଯ୍ୟକୁ ଠିକଭାବେ ସମ୍ପାଦନ କରିବା ସହିତସମସ୍ତଷ୍ଟାଫ,ଗ୍ରାମବାସୀଓ ଛାତ୍ର, ଛାତ୍ରୀଙ୍କୁସବୁବେଳେ ମଧୁରବ୍ୟବହାରଦେଖାଇଥିଲେ ତାହାଉପରେଉପସ୍ଥିତବ୍ୟକ୍ତି ମାନେ ଭୁୟସୀ ପ୍ରଶଂସା କରିଥିଲେ l
ଏହା ପରେ ତାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ୱର୍ଦ୍ଧିତ କରି କିଛି ଉପହାର ପ୍ରଦାନ କରିଥିଲେ l ସେହିପରି ଛାତ୍ର,,ଛାତ୍ରୀ ମାନେ ମଧ୍ୟ ତାଙ୍କର ଗୁଣ ଗାନ କରି କିଛି ଉପହାର ପ୍ରଦାନ କରିଥିଲେ l କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏହିକିଯେ ଏହିସ୍କୁଲଟି ବ୍ଲକ ଗ୍ରାଣ୍ଡ ହୋଇ ଥିବାରୁଏବଂ ଏଠାରୁତିନିଜଣଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହିତ ଏବେ ଜଣେକିରାଣୀ ମୋଟ ଚାରିଜଣ ଅବସର ନେଇ ଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ହୋଇ ପାରିନଥିବାରୁ ପିଲାମାନଙ୍କ ପାଠପଢ଼ା ଘୋର ଅନ୍ଧକାର ରେ ଗତି କରୁଛି l ତେଣୁ ଗ୍ରାମବାସୀ ଙ୍କ ତରଫରୁ ସରକାରଙ୍କୁ ବହୁଅନୁରୋଧ କରାଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ସୁଫକମିଳିନାହିଁ l ତେବେ ଗ୍ରୀଷ୍ମଛୁଟିପରେ ଅବଶିଷ୍ଟ ଶିକ୍ଷକ ଙ୍କ ଦ୍ୱାରା କିପରି ଶିକ୍ଷାଦାନ କରାଯିବ ତାହାହିଁ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ପିଲାଙ୍କପାଠ ପଢ଼ାରେ ବ୍ୟଘାତ ସୃଷ୍ଟି କରିବ l
ତେଣୁ ସରକାର ଏହା ଉପରେ ଗୁରୁତ୍ୱଦେବାକୁସମସ୍ତେ ଅନୁରୋଧ କରିଛନ୍ତି l ଏହି ସ୍କୁଲ ସରକାରଙ୍କ ଦ୍ୱାରା ପୂର୍ଣ୍ଣସ୍ୱୀକୃତି ଲାଭ କରିନଥିବାରୁ,ଅବସର ନେଉଥିବା ଶିକ୍ଷକ, ଶିକ୍ଷୟତ୍ରୀ, କିରାଣୀମାନଙ୍କୁ ପେନସନ ମିଳୁନଥିବାରୁ ତାଙ୍କ ପରିବାର କିପରି ଚଳିବତାହାମଧ୍ୟ ଏକ ସମ୍ବେଦନ ଶିଳ ପ୍ରସଙ୍ଗ ଅଟେ l ଏଣୁ ଦୀର୍ଘ ବର୍ଷର ଏହିସ୍କୁଲ କୁ ପୂର୍ଣ୍ଣ ସ୍ୱୀକୃତି ଦେବାକୁ ମଧ୍ୟ ସମସ୍ତେ ଦାବି କରିଛନ୍ତି l ଯାହାଦ୍ୱାରା ଅବସର ପରେ ସ୍କୁଲ ର ଷ୍ଟାଫ ଙ୍କ ମୁହଁରେ ଟିକେ ହସ ଫୁଟି ଉଠିବ l