32.9 C
Balāngīr
Friday, April 25, 2025

ଚତୁର୍ଥ ବାଟାଲିୟନ ସିଆରପିଏଫର ଜନ ସମ୍ପର୍କ କାର୍ଯ୍ୟକ୍ରମ

Must read

ମୁନିଗୁଡ଼ା/ଚନ୍ଦ୍ରପୁର, (୨୫/୩) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୂର୍ ପଞ୍ଚାୟତ ସ୍ଥିତ ରାଇବିଜି ଛକରେ ଥିବା ଜି ଚତୁର୍ଥ ବାଟାଲିୟନଙ୍କ ଦ୍ଵାରା ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 25 at 19.02.34 ଚତୁର୍ଥ ବାଟାଲିୟନ ସିଆରପିଏଫର ଜନ ସମ୍ପର୍କ କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମର ମୁଖ୍ୟ ଆଇଜି ପି.ଅମିତେନ୍ଦ୍ର ନାଥ ସିହ୍ନା ଏବଂ କମାଡେଣ୍ଟ ଫିରୋଜ କୁଜୁରୁଙ୍କ ନିର୍ଦ୍ଧେଶ କର୍ମେ ଏହି ଶିବିର ଆୟୋଜନ କରାଯାଇଥିଲା ।ମୁଖ୍ୟ ଅତିଥିଭାବେ ଆସିଷ୍ଟାଣ୍ଟ କମାଡେଣ୍ଟ ପ୍ରବିନ କୁମାର ନେନେୱାଲଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ର୍ଇନ୍ସପେକ୍ଟର ଶ୍ରୀକାନ୍ତ ତ୍ରିପାଠୀ,ଏ ଏସ ଆଇ କବୀର୍ ସିଂ ରାୱଟ,ହନୁମନ୍ତପୁର ସରପଞ୍ଚ ଶ୍ରୀମତୀ ନିଲାମୟୀ ଦିବାକା ସହାୟତା କରିଥିଲେ । ସିତାପାଙ୍ଗା ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଟିର ସମସ୍ତ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ ।

ଆଜିର ଦୁନିଆରେ ବଫେଇ ଖଲି,ପ୍ଲେଟର ଚାହିଦା ଅଧିକ ଥିବା ଯୋଗୁଁ ମହିଳା ମାନଙ୍କର ରୋଜଗାର ପନ୍ଥା ଆଗକୁ ବଢେଇବା ପାଇଁ ବଫେଇ ଖଲି,ପ୍ଲେଟ ତିଆରି ମେସିନ କମାଡେଣ୍ଟ ନେନେୱାଲଙ୍କ ଦ୍ଵାରା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ଆଗକୁ ମହିଳା ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଦ୍ଵିଗୁଣିତ କରିବା ପାଇଁ ବିଦୁତ ଯନ୍ତ୍ରପାତି ଦିଆଯିବ ବୋଲି କମାଡେଣ୍ଟ ନେନେୱାଲ କହିଥିଲେ ।ଶେଷରେ ଏ ଏସ ଆଇ ପ୍ରଶାନ୍ତ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...