ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୩୦/୦୫) : ପୁରୀ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନଯାତ୍ରାରେ ବଡ଼ ଦୁର୍ଘଟଣା । ମହାପ୍ରଭୁ ଚାପ ଖେଳିବା ବେଳେ ବାଣ ଫୁଟି ୩୦ରୁ ଊର୍ଦ୍ଧ୍ବ ଲୋକ ଆହତ ।
ଚିକିତ୍ସାବେଳେ କଟକ ଏସିବିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମହାପ୍ରଭୁଙ୍କ ଭଉଁରୀ ଖେଳ ଅବସରରେ ବାଣ ବିସ୍ଫୋରଣ ଘଟି ପ୍ରାୟ ୩୦ରୁ ଅଧିକ ଭକ୍ତ ଆହତ ହୋଇଥ । ତେବେ ଗୁରୁତର ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ କଟକ, ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ଏଯାବତ ସମ ହସ୍ପିଟାଲରେ ଦୁଇ ଜଣ, ସମ ଅଲଟିମେଟରେ ୩ ଜଣ, ଏସସିବି ମେଡିକାଲରେ ୬ ଜଣ, ଏମ୍ସ ହସ୍ପିଟାଲରେ ଜଣେ ଓ ହାଇଟେକ ହସ୍ପିଟାଲରେ ୧୦ ଜଣ ଭର୍ତ୍ତି ହୋଇଛନ୍ତି ।
କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ମୋଟ ୨୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ଟିମରେ ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡା. ବିଭୁତି ଭୂଷଣ ନାୟକଙ୍କ ନେତୃତ୍ବରେ ଅନ୍ୟାନ୍ୟ ଡାକ୍ତର ନିୟୋଜିତ ରହିଛନ୍ତି । ଅଶ୍ବନୀ ହସ୍ପିଟାଲରେ ୫ଟି ଆଇସିୟୁ ବେଡ଼ ଓ ଏସସିବିରେ ୧୫ଟି ଆଇସିୟୁ ବେଡ଼ ପ୍ରସ୍ତୁତ ରଖାଯାଇଛି । ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ CMRFରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦୁର୍ଘଟଣା କିପରି ଘଟିଲା ତାର ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।