32.9 C
Balāngīr
Wednesday, April 30, 2025

ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି; ପ୍ରାୟଜିତ ନା ଷଡଯନ୍ତ୍ର ?

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୫/୦୨) : କାଶୀପୁର ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସଦର ମହକୁମାରେ ଜାନୁଆରୀ ୨୪ ତାରିଖରେ ଏକ ଅଭାବନୀୟ ପରିସ୍ଥିତିରେ ଜଣେ ବିବାହିତ ବେଙ୍ଗଲୀ ମହିଳା ନାମ ଟୁଲୀ ଗୋଲଧର ସ୍ୱାମୀ ଅସୀନ୍ତ ଗୋଲଧର ବୟସ ୩୨ ସେ ଆତ୍ମହତ୍ୟା କରିଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ଶବ ଉଦ୍ଧାର କରିଥିଲା ।WhatsApp Image 2025 02 04 at 18.39.32 ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି; ପ୍ରାୟଜିତ ନା ଷଡଯନ୍ତ୍ର ?

ଘଟଣା କୁ ନେଇ ପରିବାର ପକ୍ଷରୁ କାହା ବିରୋଧ ରେ କୌଣସି ଅଭିଯୋଗ ହେଇ ନ ଥିବା ବେଳେ ମୃତ ମହିଳା ଙ୍କର ବି କୌଣସି ସୁଇସାଇଡ଼ ନୋଟ ନ ଥିବା ପୋଲିସ ପ୍ରକାଶ କରିଛି । ମୃତ ମହିଳାଙ୍କ ପିତା କିନ୍ତୁ ବିବାହିତ ଦମ୍ପତିଙ୍କ ମଧ୍ୟରେ କେହି ବେବେ ଖୁସିରେ ଆତ୍ମହତ୍ୟା କଲାଣି କି ବୋଲି ପୋଲିସ ର ତଦନ୍ତ ବେଳେ ଭିଡ଼ିଓ କୋଲ ଜରିଆରେ ଏକ ପ୍ରଶ୍ନ କରିଥିବା ଜଣା ପଡିଥିଲା। ହେଲେ ମହିଳା ଙ୍କର ବହୁମୂଲ୍ୟ ଜୀବନ ଚାଲିଯାଇଥିବା ବେଳେ ଏ ନେଇଁ କାହାରି ଲିଖିତ ଅଭିଯୋଗ ହେଇ ନ ଥିବା କାଶୀପୁର ପୋଲିସ କହିଛି ।

ପ୍ରକାଶ ଥାଉକି ଉକ୍ତ ଘଟଣାର ମୃତ ମହିଳା ଜଣକ ହେଲେ ଆତ୍ମ ଘୋଷିତ ବଙ୍ଗାଳି ଡକ୍ଟର ଅସିନ୍ତ ଗୋଲଧର ଙ୍କର ସ୍ତ୍ରୀ ଟୁଲି ଗୋଲଧର । ଉଭୟ ୧୦ ବର୍ଷ ରୁ ଉର୍ଦ୍ଧ ହେବ ଅଞ୍ଚଳରେ ରହି ରୋଗୀ ସେବା ରେ ନିୟୋଜିତ ଥିଲେ । ଚଦ୍ରଗିରି ଗ୍ରାମବାସୀ ଙ୍କର ସୂଚନା ପ୍ରକାରେ ଉଭୟ ଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କ ଭଲ ନ ଥିବା ବେଳେ ଏକାଧିକ ଥର ଅକାରଣ ରେ ଅସୀନ୍ତ ନିଜ ସ୍ତ୍ରୀ ଟୁଲି ଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ପୁଣି ସ୍ତ୍ରୀ ପ୍ରତି ସନ୍ଦେହ କରି ଘରର ପ୍ରତିକୋଣ ରେ ସିସି ଟିଭି କ୍ୟାମେରା ସଂଯୋଗ କରି ନିଜ ମୋବାଇଲ ରେ ଅପରେଟ କରୁଥିଲେ ବୋଲି ଆଖପାଖ ଲୋକେ ପ୍ରକାଶ କରିଛନ୍ତି ।

ସ୍ପଷ୍ଟ ହେଉଛି ମୃତ୍ୟୁ ସମୟରେ ଏକ କୁଲର ସାହାଯ୍ୟ ରେ ଛାତ ର ଲୁହା ପାଇପ ରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ସମ୍ପୂର୍ଣ ଚିତ୍ର ସିସି ଟିଭି କ୍ୟାମେରା ର ପ୍ରମାଣ ବର୍ତ୍ତମାନ ପୋଲିସ ନିକଟରେ ରହିଛି । ହେଲେ ମୃତ୍ୟୁ ପରଦା ପଛର ଅସଲି ରହସ୍ୟ ଓ ରହସ୍ୟରେ ଅସଲି ଖଳନାୟକ ଙ୍କୁ ଖୋଜିବା ଓ ଅଧିକ ତଦନ୍ତ ରେ ଅପରାଧୀ ଙ୍କୁ ଅନ୍ତର୍ଭୁକ୍ତ କରିବା କାଶୀପୁର ପୋଲିସ ପାଇଁ ଏକ ଚ୍ୟାଲେଞ ହୋଇ ଯାଇଛି । ଅନ୍ୟପଟେ ସ୍ୱାମୀ ଅସିନ୍ତ ଗୋଲଧର ନିର୍ଭୟ ରେ ଅସ୍ତିବିସର୍ଜନ ବାହାନା ରେ ବାହାରେ ବୁଲୁଛନ୍ତି । ଏଭଳି ସ୍ଥିତିରେ ପୋଲିସ ର ପ୍ରାଥମିକ ତଦନ୍ତ କୁ ନେଇଁ ଏକ ଅସ୍ୱାଭାବିକ ମୃତ୍ୟୁ ର ମାମଲାରେ UD ୦୧ DT ୨୫/୧/୨୫ ରେ ଏକ କେସ ରୁଜ୍ଜୁ କରାଯାଇଛି ।

ହେଲେ ଏହି ପରିସ୍ଥିତି ରେ ପ୍ରକୃତ ଦୋଷୀ ଦଣ୍ଡିତ ହେବ ନା ଘଟଣା ଟି ଧୀରେ ଧୀରେ ଶୀତଳ ଭଣ୍ଡାର ରେ ସୀମିତ ରହିବ ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହେଉଥିବା ଦେଖିବାକୁ ମିଲୁଛି । କିନ୍ତୁ ଯେଉଁ ପର୍ଯ୍ୟନ୍ତ ଶବ ବ୍ୟବଛେଦ ର ରିପୋର୍ଟ ଆସିନି ସେ ପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇନଥିବା କାଶୀପୁର ପୋଲିସ ପ୍ରକାଶ କରିଛି। ଏବେ ପୂଣି ଆଗକୁ ଦେଖିବାକୁ ଶବ ବ୍ୟବଛେଦ ରିପୋର୍ଟ କେତେଶୀଘ୍ର ଆସିବ ଏବଂ ନିରପେକ୍ଷ ତଦନ୍ତ ରେ ପୋଲିସ ସୁରାଖ ମୁତାବକ କେଉଁ ପ୍ରକାର ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...