ସୁବର୍ଣ୍ଣପୁର ,(୩୧/୦୫) ଆ.ପ୍ର : ବହୁ ଚର୍ଚ୍ଚିତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ବାଦଳ ମିଶ୍ର ଙ୍କ ହତ୍ୟା ମାମଲା ର ରାୟ ପ୍ରକାଶ ପାଇଛି । ଦୀର୍ଘ ୧୧ ବର୍ଷ ପରେ ମାମଲାରେ ରାୟ ଶୁଣାଇଲେ ସୋନପୁର ଏଡିଜେ କୋର୍ଟ ।
ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁବର୍ଣ୍ଣପୁର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ । ଖବର ଅନୁଯାୟୀ, ୨୧ ସେପ୍ଟେମ୍ବର ମାସ ୨୦୧୪ ମସିହା ରାତି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ର ଶିଶୁରୋଗ ବିଶେଷଜ୍ଞ ତଥା ଏଡିଏମଓ ଡାକ୍ତର ଦୁର୍ବାଦଳ ମିଶ୍ରଙ୍କୁ ତାଙ୍କ ଘର ଆଗରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୃର୍ବୁତ୍ତ । ଏହି ଘଟଣାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ।
ଘଟଣାର ଚୁଡାନ୍ତ ଶୁଣାଣିର ଶନିବାର ଦିନ ରାୟ ପ୍ରକାଶ ପାଇଥିବା ବେଳେ ଉଭୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଦୁଇ ଅଭିଯୁକ୍ତ କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ଅଭିଯୁକ୍ତ ଦୁଇ ହେଲେ ପ୍ରତ୍ୟୁଷ ପଣ୍ଡା (ବବୁଲୁ) ଓ ଅଶୋକ ସାହୁ। ଏହି ଚର୍ଚ୍ଚିତ ଘଟଣାର ସରକାରୀ ଓକିଲ ଭାବେ ଦଶରଥ ମାହାଣା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ଓକିଲ ଭାବେ ରାଜେନ୍ଦ୍ର ଅଗ୍ରୱାଲା କେସ ପରିଚାଳନା କରିଥିଲେ। ତେବେ ରାୟକୁ ଆମେ ଉପର କୋର୍ଟରେ ଅପିଲ କରିବୁ ବୋଲି ଅଭିଯୁକ୍ତଙ୍କ ଓକିଲ ପ୍ରକାଶ କରିଛନ୍ତି ।