32.9 C
Balāngīr
Tuesday, July 15, 2025

ଚଳିତବର୍ଷ ପ୍ରଥମଥର ରାଜଧାନୀ ଟପିଲା ୪୦ ଡିଗ୍ରୀ; ୪୩ ଡ଼ିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

Must read

ଭୁବନେଶ୍ୱର, (୨୯/୦୩) : ଆ.ପ୍ର. : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଆରମ୍ଭ ହେଲା ଅସହ୍ୟ ତାତି । ରାଜ୍ୟରେ କାଳବୈଶାଖୀ ପରେ ଆଜି ଶୁକ୍ରବାର ପୁଣିଥରେ ପାରଦ ଉପରମୁହାଁ ହୋଇଛି ।

୪୩ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ସେହିପରି ଚଳିତବର୍ଷ ପ୍ରଥମଥର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ଡିଗ୍ରୀ ଟପିଛି । ଶୁକ୍ରବାର ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ା ପଛକୁ ସମ୍ବଲପୁର ୪୧.୬, ହୀରାକୁଦ ୪୧.୨, ରାଉରକେଲା ଓ ଚାନ୍ଦବାଲି ୪୦.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏନେଇ ୩ ଦିନ ପାଇଁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ୪୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ରହିବ ପାରଦ। କିଛି ଦିନ ହେବ ରାଜ୍ୟରେ କାଳବୈଶାଖୀ ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ହେଲେ ଶୁକ୍ରବାର ଠାରୁ ପୁଣି ତାପମାତ୍ରା ବୃଦ୍ଧି ପାଇଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...