32.9 C
Balāngīr
Saturday, April 26, 2025

ଚାମ୍ପିଅନ୍ସ ଟ୍ରଫି-୨୦୨୫: ଆଜି ଭାରତ-ବାଂଲାଦେଶ ମଧ୍ୟରେ ହେବ ମୁକାବିଲା, ଆଶା ବଢ଼ାଉଛି ଇତିହାସ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୨) : ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଦ୍ୱିତୀୟ ମୁକାବିଲାରେ ଦୁଇ ପଡ଼ୋଶୀ ରାଷ୍ଟ୍ର ଟିମ୍ ପରସ୍ପରକୁ ଗୁରୁବାର ଭେଟିବାକୁ ଯାଉଛନ୍ତି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

୩୭ବର୍ଷରେ ଚାମ୍ପିଅନ୍ସ ଟ୍ରଫିରେ ଏହି ଦୁଇ ପଡ଼ୋଶୀ ଦଳ ମାତ୍ର ମାତ୍ର ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା ଏବଂ ଭାରତ ବିଜୟଲାଭ କରିଥିଲା । ଦୀର୍ଘ ୧୨ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାମରେ କରିବାକୁ ଯଥା ସମ୍ଭବ ଉଦ୍ୟମ କରିବ ।

ଆହତ ପାଇଁ ଯଶପ୍ରୀତ ବୁମରା ଖେଳୁ ନ ଥିବାରୁ ରୋହିତ ବାହିନୀରେ ଆଉ ତିନି ବୋଲର ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଏବଂ ଅକ୍ସର ପଟେଲଙ୍କ ଉପରେ ନଜର ରହିଛି । ଅନ୍ୟପକ୍ଷରେ ବାରବାଟୀ ଦିନିକିଆରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଫର୍ମକୁ ଫେରିଥିବା ରୋହିତ ଶର୍ମାଙ୍କ ମଧ୍ୟ ଭଲ ସ୍କୋର କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ବାନ୍ଧି ବସିଛନ୍ତି । ସେହିପରି ବିରାଟ କୋହଲି ଏବଂ ଶୁବମନ ଗିଲ ମଧ୍ୟ ଭଲ ରନ୍ କରିବାର ଆଶା ସଂଚାର ହୋଇଛି ।

ଅନ୍ୟପକ୍ଷରେ ଯଦି ଇତିହାସକୁ ଦେଖିବା ତେବେ ଭାରତ ଏବଂ ବାଂଲାଦେଶ ୪୨ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି । ତନ୍ମଧ୍ୟରୁ ଭାରତ ୩୩ଟିରେ ବିଜୟୀ ହୋଇଥିବାବେଳେ ବାଂଲାଦେଶ ମାତ୍ର ୮ଟିରେ ବିଜୟୀ ହେବାର ସୁଯୋଗ ପାଇଛି । ତେଣୁ ଆଜିର ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଦୃଢ଼ ଆଶାବାଦୀ ରହିଛନ୍ତି ।

ଭାରତ ପକ୍ଷରୁ ଆଜି ଖେଳି ପାରନ୍ତି… ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂହ।

ସେହିପରି ବାଂଲାଦେଶରେ ନଜମୁଲ ହୁସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତଂଜିଦ ହାସନ, ମୁସ୍‌ଫିକର ରହିମ, ମହମଦୁଲ୍ଲା, ଜାକିର ଅଲୀ ଆନିକ, ମେହିଦି ହାସନ ମିରାଜ, ରିସଦ ହୁସେନ, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ନାହିଦ ରାଣା।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପ୍ରଥମ ମ୍ୟାଚ୍ ଖେଳାଯାଇଥିବାବେଳେ ଆୟୋଜକ ପାକିସ୍ତାନର ନ୍ୟୁଜିଲ୍ୟାଣ୍ଡଠାରୁ ଲଜ୍ଜା ଜନକ ପରାଜୟର ସମ୍ମୁଖୀନ ହୋଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୬୦ ରନରେ ହରାଇଛି । କିୱି ଦଳ ବିଜୟରୁ ଏବଂ ପାକିସ୍ତାନ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ଆଉ ପୁଣି ଥରେ ପାକିସ୍ତାନ ଉପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ବିପଦ ଦେଖା ଦେଇଛି ।

 

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...