ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାସୁଦେବପୁର, (୧୭/୦୨) : ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ରାଧାବଲ୍ଲଭପୁର ଗ୍ରାମରେ ଘଟିଛି ।
ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ପରିବାରରେ ଶୋକର ଛାୟା । ମୃତକ ଦ୍ବୟ ରାଜେନ୍ଦ୍ର ଓ ଜ୍ୟୋତିର୍ମୟ ବୋଲି ପରିଚୟ ମିଳିଛି । ସୂଚନା ଅନୁସାରେ, ଆଜି ଦୁଇ ନାବାଳକ ରାଜେନ୍ଦ୍ର ଓ ଜ୍ୟୋତିର୍ମୟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି ଅସାବଧାନତା କାରଣରୁ ଦୁଇ ନାବାଳକ ପୋଖରୀରେ ବୁଡ଼ି ଯାଇଥିଲେ। ତୁରନ୍ତ ସେଠାରେ ଥିବା ସ୍ଥାନୀୟ ଲୋକ ଏହି ଦୃଶ୍ୟ ଦେଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।