ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୨/୦୧) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଜୁନାଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆଜି ଉଦଘାଟିତ ହୋଇଛି ।
ଚାଲିଛି ଉତ୍ସଵ, ଝୁମୁଛି କଳାହାଣ୍ଡିଆ କଳା, କଳାକାର ଓ ସଂସ୍କୃତି, ପରମ୍ପରା ସହିତ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ । କଳାହାଣ୍ଡି କଳାର ହାଣ୍ଡି, କଳା ବଞ୍ଚିଲେ କଳାକାର ବଞ୍ଚିବ । କଳାକାର ବଞ୍ଚିଲେ କଳା ର ଉନ୍ନତି ହେବ । କଳାହାଣ୍ଡି ଉତ୍ସବ ଏକ ବନ୍ଧୁମିଳନ ର ଉତ୍ସଵ । ଲୋକ ବାଦ୍ୟ, ଲୋକ ନୃତ୍ୟ, ଲୋକ ପରମ୍ପରା, ଲୋକ ସଂସ୍କୃତି କୁ ବଜାଇ ରଖିବା ତଥା କଳା, କଳାକାର ଓ ଦର୍ଶକଙ୍କ ମହମିଳନର ପର୍ବ ହେଉଛି କଳାହାଣ୍ଡି ଉତ୍ସଵ ବୋଲି ଆଜି ଉଦଘାଟନୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଥିଲେ । କଳାହାଣ୍ଡି ର ତୃଣ ମୂଲ ସ୍ତରର କଳାକାର ଙ୍କୁ ସମଗ୍ର ରାଜ୍ୟ ତଥା ଦେଶ ଓ ଦେଶ ବାହାରେ ପରିଚିତ କରିବା ହିଁ କଳାହାଣ୍ଡି ଉତ୍ସବ ର ମୂଖ୍ୟ ଉଦ୍ଦେଶ୍ୟ ।
ଶନିବାର ସକାଳୁ ମାଁ ଲଙ୍କେଶ୍ୱରୀ ମନ୍ଦିରକୁ ଜୁନାଗଡ଼ ବ୍ଲକ ର ୩୪ଟି ପଞ୍ଚାୟତର ମଶାଲ ଆସିବା ରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏକ ମଶାଲ ଶୋଭାଯାତ୍ରାରେ ତ୍ରିନାଥ ମନ୍ଦିର ଠାରୁ କୁରୁଗୁଡା ଶିବ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଜାର୍ଚ୍ଚନା କରାଯାଇ,ସେଠାରୁ କଳସ ଶୋଭାଯାତ୍ରା ଓ ମଶାଳ ଯାତ୍ରା ଆସି ମହାବିଦ୍ୟାଳୟ ଖେଳ ପଡ଼ିଆରେ ପହଞ୍ଚିଥିଲା । ପରେ ଜୁନାଗଡ଼ ବିଡ଼ିଓ ଦେବାଶିଷ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜିଲ୍ଲାପରିଷଦ ସଦସ୍ୟ ଲାଲବାହାଦୂର ଯାନୀ, ଶାମୁକା କୁମାର, ସଂଗୀତା ଖର୍ସେଲ, ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାୟଗୁରୁ, ଭଇଁରିଗୁଡା ସରପଞ୍ଚ ବୀଣାପାଣି କନ୍ଧପାନ, ସମିତି ସଭ୍ୟ ଜବରସିଂ ତାଣ୍ଡି,ନାଏବ ସରପଞ୍ଚ ଈଶ୍ୱର ଚନ୍ଦ୍ର ଜାମଗଛିଆ ପ୍ରମୁଖ ଯୋଗ ଦେଇଥିଲେ ।
ବିଏସଏସ ଓ ତୁଷାର ରଞ୍ଜନ ସାହୁ ମଞ୍ଚ ପରିଚଳନା କରିଥିଲେ । କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେଓ, ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ୍ୟା ସୁଧିରା ମେହେର,ଭଇଁରିଗୁଡା ସରପଞ୍ଚ ବୀଣାପାଣି କନ୍ଧପାନ ପ୍ରମୁଖ ଯୋଗ ଦେଇଥିଲେ ।
ବିନୟ କୁମାର ସାହୁ ଙ୍କ ନେତୃତ୍ୱରେ ମନୋଜ ମେହେର, ବେଣୁଧର ବାଗ, ଅନୁବନ୍ଧନ ଭରଦ୍ୱାଜ, ଖୋଲାନନ୍ଦ ଝାଙ୍କର, ସନ୍ତୋଷ ମେହେର, ନିତେଶ ଯୋଶୀ, ଲିପ୍ସା ଦଣ୍ଡସେନା, ସୁଧାମୟୀ ପଣ୍ଡା, ସୂର୍ଯ୍ୟ ପ୍ରକାଶ ଠାକୁର, ଦେବେନ୍ଦ୍ର ସାହୁ, ରଘୁମଣି ପୁଝାରି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏକ ନୂଆ ଢ଼ଙ୍ଗରେ ନୂଆ ଶୈଳୀ ରେ ପ୍ରତ୍ୟେକ ସ୍ତରର ପ୍ରତିଭା ବାନ ବ୍ୟକ୍ତିତ୍ଵ ଙ୍କୁ ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ଗୁରୁତ୍ବ ଦିଆଯିବା ସହ ଜୁନାଗଡ ଅଞ୍ଚଳ ର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇ ଥିଲା।
ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଲିଓଡ଼ ଗାୟକ ପାମେଲା ଜୈନ ଓ ସାଥୀଙ୍କ ମେଲୋଡି ଦର୍ଶକଙ୍କୁ ମଧ୍ୟରାତ୍ର ପର୍ଯ୍ୟନ୍ତ ମତୁଆଲା କରିଥିଲା । ଏହି ଉତ୍ସବ ରେ ସମସ୍ତଙ୍କୁ ସାମିଲ କରିବାର ପ୍ରୟାସ କରାଯାଇ ଥିବାରୁ ଉଦ୍ୟୋକ୍ତା ମାନଙ୍କୁ ଜନ ସାଧାରଣ ରେ ପ୍ରଶଂସା କରାଯାଇଥିଲା।