ଜଳେଶ୍ବର, (୧୦/୦୪) : ଆପ୍ର. : ବିଶ୍ୱ ପସିଦ୍ଧ ଚନ୍ଦନେଶ୍ଵର ଚଡକ ଯାତ୍ରା ଆଜି ହେଉଛି ପଞ୍ଚମ ଅର୍ଘ୍ୟ । ପଞ୍ଚମ ଅର୍ଘ୍ୟରେ ରହିଛି ଯାତ୍ରାର ମହାନ ପର୍ବ କାମୀନା ବିବାହ ।
ବାବା ଚନ୍ଦନେଶ୍ବର ମହାଦେବ କମୀନା ନାମକ ରାକ୍ଷାସୁଣୀଙ୍କୁ ବିବାହ କରିଛନ୍ତି । ଚନ୍ଦନେଶ୍ବର ଶୈବପୀଠରୁ ବିରାଟକାୟ ପଟୁଆରେ ବାହାରି ଭଟ୍ଟପୁର ସ୍ଥିତ ଦୁର୍ଗା ମନ୍ଦିରକୁ ଯାଇ ନୀତିକାନ୍ତି ଅନୁସାରେ କାମିନା ନାମକ ରାକ୍ଷାଶୁଣିକୁ ବିବାହ କରି ମନ୍ଦିରକୁ ଫେରିଛନ୍ତି ଦେବ ଦେବ ମହାଦେବ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ । ଗତକାଲି ଷଷ୍ଠ ଅର୍ଘ୍ୟ ରରେ ୭୦ ହଜାର ଭକ୍ତଙ୍କ ସମାଗମ ହେଇଥିବା ବେଳେ ଆଜି ମହାଦେବଙ୍କ ବିବାହ ଏବଂ ପଞ୍ଚମ ଅର୍ଘ୍ୟ ଥିବାରୁ ଦୁଇଲକ୍ଷ ରୁ ଉର୍ଦ୍ଧ ଭକ୍ତଙ୍କ ସାମଗମ ହୋଇଛି । ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ଚଡକ ଯାତ୍ରାର ଦୁଇଟି ମୁଖ୍ୟ ଉତ୍ସବ ରହିଛି ନୀଳପର୍ବ ଏବଂ ପାଟ ପର୍ବ ।
ଏହି ଦୁଇଟି ପ୍ରମୁଖ ଉତ୍ସବ ରେ ୧୦ ଲକ୍ଷ ରୁ ଉର୍ଦ୍ଧ ଭକ୍ତ ଙ୍କ ସାମଗମ ହେବାର ଅନୁମାନ କରାଯାଇଛି। ସେଥିପାଇଁ ମନ୍ଦିର ଟ୍ରଷ୍ଟବୋଡ଼ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି, ଶାନ୍ତିଶୃଙ୍ଖଳା ପାଇଁ ୨୬ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇ ଥିବା ବେଳେ ବାଲେଶ୍ବର ଜିଲ୍ଲାପାଳ ଏବଂ ଏସପି ଶୈବପୀଠ ରେ ପହଞ୍ଚି ସ୍ଥିତ ଅନୁଧ୍ଯାନ କରିଛନ୍ତି ।