32.9 C
Balāngīr
Sunday, April 20, 2025

ଚାଷି ଙ୍କ ପାଇଁ ଖୁସି ଖବର ; ଆଜି ସିଧା ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଟଙ୍କା

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୨) : ଆଜି ଚାଷୀ ମାନଙ୍କ ପାଇଁ ଏକ ଖୁସିର ଦିନ କାରଣ, ଆଜି ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଷାନ ସମ୍ମାନ ନିଧି ଅଧିନରେ ଚାଷିମାନଙ୍କୁ ୧୯ ତମ କିସ୍ତି ପ୍ରଦାନ କଲେ ।WhatsApp Image 2025 02 24 at 17.58.25 ଚାଷି ଙ୍କ ପାଇଁ ଖୁସି ଖବର ; ଆଜି ସିଧା ଆକାଉଣ୍ଟକୁ ଯିବ ପିଏମ୍ କିଷାନ ଟଙ୍କା

ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ଚାଷୀଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଇଥାଏ । ଆଜି ଏହି ଯୋଜନା ଅଧିନରେ ପ୍ରାୟ ୨୨,୦୦୦ କୋଟି ଟଙ୍କା ପଠାଗଲା, ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଗଲା । ଆଜି ବିହାରର ଭାଗଲପୁରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ୧୯ ତମ କିସ୍ତି ଜାରି କଲେ । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ପ୍ରାୟ ୨୦୦ ରୁ ଉର୍ଦ୍ଧ ଚାଷି ଭାଇ ଓ ଭଉଣୀ ମାନେ ଯୋଗଦେଇ ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ ।

ମୂଖ୍ୟ ଅତିଥି ଭାବେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଦୟାନିଧି ରାଉତ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଆଲୋକ କୁମାର ଆଚାର୍ଯ୍ୟ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକା ଓ ମୂଖ୍ୟ ସୁସ୍ମିତା ମହାନ୍ତି , ବୈଜ୍ଞାନିକ ରାଜୀବ ଟୁଡୁ , ଡ଼ଃ ନାରାମ ରାମୁ ଯୋଗଦେଇ ଚାଷିମାନଙ୍କୁ ଯୋଜନା ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ପାଞ୍ଚ ଜଣ ବୁନ୍ଦା ଜଳସେଚନ ବ୍ୟବହାର କରି ସଫଳ ଚାଷୀଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପିଏମ୍ କିଷାନ ହୋଉଛି ବିଶ୍ଵର ସର୍ବବୃହତ ଯୋଜନା । ଏହି ଯୋଜନାରେ ଚାଷୀମାନଙ୍କୁ ବିହନ ଓ ସାର କିଣିବା ପାଇଁ ସହାୟତା ମିଳିଥାଏ । ଫଳରେ ଚାଷୀ ସହଜରେ ଚାଷକାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହୋଇଥାଏ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...