ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨/୨) : ଆଜି ଗୋଷଣୀ ବ୍ଲକ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗଲେ ମାନ୍ୟବର ପାରଳା ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ l
ପୂର୍ବରୁ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ଯେ ଚାଷୀ ମାନଙ୍କ ସବୁ ଧାନ ସରକାର କିଣିବେ କିନ୍ତୁ ବର୍ତ୍ତମାନ ସରକାର ୧୦ ପ୍ରତିଶତ ଧାନ କିଣିଥିବାରୁ ଆଉ ବାକି ୯୦ ପ୍ରତିଶତ ଧାନ ରହିଥିବାରୁ ଚାଷୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ବିଧାୟକ ଏହି ସମସ୍ୟାର ଅତି ଶୀଘ୍ର ସମାଧାନ କରନ୍ତୁ ବୋଲି ସରକାରଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଅନୁରୋଧ କରିଛନ୍ତି l ଏଥିରେ ବିଧାୟକ ସମେତ କାଶୀନଗର ବ୍ଲକ ଅଧକ୍ଷା ବଲାସାଇଆମ୍ମା, ଜିଲ୍ଲାପରିଷଦ ଏସ.ବାଲାରାଜୂ, ବରିଷ୍ଠ ନେତା ଗଜପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ l