32.9 C
Balāngīr
Sunday, July 20, 2025

ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

Must read

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୨) : ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣ ପୁର ଜିଲ୍ଲା ଶାଖା ତରଫରୁ ବିଗତ ୧୨ ବର୍ଷ ଧରି ଚାଷୀ ଓ ଚାଷର ବିକାଶ ପାଇଁ ଲଢେଇ ଜାରି ରହିଛି ।WhatsApp Image 2023 02 08 at 21.34.35 1 ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

ପ୍ରଥମତଃ ଚାଷୀମାନଙ୍କର ସମ୍ମାନ, ଚାଷୀ ଉତ୍ପାଦିତଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ଚାଷୀ ସୁରକ୍ଷା ଭତ୍ତା ସହିତ ଆଞ୍ଚଳିକ ସମସ୍ୟା ଦାବି ସମୂହ ମଧ୍ୟରେ କୃଷି ଋଣ ଛାଡ, ବକେୟା ବିଦ୍ୟୁତ୍ ବିଲ୍ ଛାଡ଼, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫୦୦ ଟଙ୍କା ରୁ ୨୫୦୦ ଟଙ୍କା କୁ ବୃଦ୍ଧି ସହ ନୂତନ ଭାବେ ହୋଇଥିବା ବ୍ୟାଙ୍କ ଲିଙ୍କିଂ ଦ୍ୱାରା ବୃଦ୍ଧ ବୃଦ୍ଧା ମାନେ ଅହେତୁକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହାର ତଦନ୍ତ କରି ପଞ୍ଚାୟତ ରେ ତିଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ ।ଅସହାୟ ମାନଙ୍କ ଘରକୁ ଯାଇ ଦେବା ବ୍ୟବସ୍ଥା ହେଉ, ଧାନର ଏମ.ଏସ.ପି. କ୍ୟୁଣ୍ଟାଲ ପ୍ରତି ୨୯୫୦ ଟଙ୍କା ଓ ମଣ୍ଡି ବ୍ୟବସ୍ଥାରେ ସୁଧାର କରାଯାଉ । ଗରୀବ ଓ ମଧ୍ୟ ବିତ୍ତ ପରିବାର କୁ ୨୫୦ୟୁନିଟ ବିଦ୍ୟୁତ୍ ଦେୟମୁକ୍ତରେ ଦିଆଯାଉ ।

ଚାଷୀ ପରିବାର ପିଲାଙ୍କୁ ଶିକ୍ଷା ଓ ଚାକିରୀ ରେ ସରକ୍ଷଣ ବ୍ୟବସ୍ଥା କରାଯାଉ । ଚାଷୀ ଜଳ ସେଚନ ପାଇଁ ବିଦ୍ୟୁତ୍ ବିଲ୍ ସଂପୂର୍ଣ୍ଣ ମୁକ୍ତ କରାଯାଉ । ସୋନପୁର ସୂତାକଳ କୁ ପୁନର୍ବାର ସରକାର ପରିଚାଳିତ କରନ୍ତୁ । କପା ଚାଷ ବହୁତ ବୃଦ୍ଧି ପାଇଛି । କଟନ କରିଡର ନିର୍ମାଣ କରାଯାଉ ଓ କପା ସଂରକ୍ଷଣ ପାଇଁ ସୁବ୍ୟବସ୍ଥା କରାଯିବା ସଂପର୍କିତ ବିଭିନ୍ନ ଦାବିନେଇ ସ୍ଥାନୀୟ ରୟାଲପଡିଆ ରୁ ଏକ ବିଶାଳ ରାଲିରେ ଆଜି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲାଶାଖା ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ବିକ୍ଷୋଭ ସମାବେଶରେ ଜାତୀୟ କନଭେନର ଅକ୍ଷୟ କୁମାର, ଉମାକାନ୍ତ ଭରତ, ଚିନୁ ଦାଶ, ସୋନପୁର କନଭେନର ବିଶେଶ୍ୱର ପାଣିଗ୍ରାହୀ, ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଙ୍କ ସମେତ ଶିବପ୍ରସାଦ ପଣ୍ଡା, ନିତିନ ପ୍ରଧାନ, କୃଷ୍ଣ ଚନ୍ଦ୍ର ସେଠୀ, ରାଜେନ୍ଦ୍ର ସା, ତ୍ରିଲୋଚନ ତାଣ୍ଡିଆ, ପୂର୍ଣ୍ଣଚନ୍ଦ୍ର ଧଳ, ଦୟାନିଧି ମେହେର, ବିଷ୍ଣୁ ପଲିଆ, ଦେବାଶିଷ ଦାସ, ଜଗନ୍ନାଥ ଦାସ, ଗଙ୍ଗା ଖମାରୀ, ମହାଦେବ ଭାଇ ଓ ଗଣେଷ ପ୍ରମୁଖ କୃଷକ ସଂଗଠନର ଶତାଧିକ କର୍ମକର୍ତ୍ତା ଙ୍କସହ ଜିଲ୍ଲା ର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କୃଷକ ପ୍ରତିନିଧି ଯୋଗଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...